STORYMIRROR

Subrat Malik

Tragedy

4  

Subrat Malik

Tragedy

ତୁମ ଗାଁ ମୋ ଗାଁ

ତୁମ ଗାଁ ମୋ ଗାଁ

1 min
430


ତୁମ ଗାଁରେ ସିନ୍ଦୂରା ଫାଟିଲେ

ମୋ ଗାଁରେ ଉଏଁ ସୂରୁଜ 

ତୁମ ଗାଁରେ ଗୋଧୂଳି ଉଡ଼ିଲେ

ମୋ ଗାଁରେ ହୁଅଇ ସଞ୍ଜ ।।


ତୁମ ଗାଁରେ ଦୋଳି ବନ୍ଧା ହେଲେ 

ମୋ ଗାଁ ପାଳେ ରଜ 

ତୁମ ଗାଁରେ ପରବ ହୋଇଲେ 

ମୋ ଗାଁ ହୁଏ ସଜ ।।


ତୁମ ଗାଁରେ କୁସୁମ ଫୁଟିଲେ

ମୋ ଗାଁରେ ଚହଟେ ବାସ୍ନା 

ତୁମ ଗାଁରେ ନଈ ବଢ଼ି ହେଲେ

ମୋ ଗାଁରେ ଆସଇ ବନ୍ୟା ।।


ତୁମ ଗାଁ ନଭେ ଚାନ୍ଦ ଦେଖାଦେଲେ

ମୋ ଗାଁ ଦିଶେ ତୋଫା 

ତୁମ ଗାଁ ମାଟି ଶ୍ରାବଣେ ଭିଜିଲେ

ମୋ ଗାଁ ହୁଏ ଓଦା ।।


ତୁମ ଗାଁ ଧାରେ ରଜନୀ ଆସିଲେ

ମୋ ଗାଁ ପାଏ ତା ସ୍ପର୍ଶ

ତୁମ ଗାଁ ତା କୋଳେ ବେଗେ ଶୋଇଯାଏ 

ମୋ ଗାଁ ଦେଖେ ଯେ ସ୍ୱପ୍ନ ।।



Rate this content
Log in

Similar oriya poem from Tragedy