STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଦୁଇ ଧାର ଲୁହ

ଦୁଇ ଧାର ଲୁହ

1 min
232


ଲୁହ ଦୁଇ ଧାର ବହୁ ଅଛି ନିତ୍ୟେ

  ଠକାଠକି କାର୍ଯ୍ୟ ଦେଖି,

ସତ୍ତାର ନିମନ୍ତେ ଶତ୍ରୁ ସଙ୍ଗେ ଦଳ

  ନେତାଙ୍କ ତାଣ୍ଡବ ଦେଖି।


ରାଷ୍ଟ୍ର ଚିନ୍ତା ନାହିଁ ମନ ମଧ୍ୟେ ତାର

  ଚିନ୍ତା ମାତ୍ର ସତ୍ତା ପାଇଁ,

ଜିନ୍ନା ନାମ ତାର ଜପମାଳି ତହିଁ

  ସତ୍ତାକୁ ପାଇବା ପାଇଁ।


ଟିକେଟ ଦିଅନ୍ତି ଦେଶ ଶତ୍ରୁ ଜନେ

  ଦେଉ ଅଛି ଚିନ୍ତା ହୃଦେ,

ଲହୁ ଧାର ବୁହେ ଦୁଇ ଧାର ହୋଇ

  ଦିଅନ୍ତୁ ବେଦନା ହୃଦେ।


ଭ୍ରଷ୍ଟାଚାରୀ କେବେ ଭଲ କି କରିବ

  ସେବା ଜନତାଙ୍କ ପାଇଁ,

ସତ୍ତାକୁ ପାଇଲେ ସମ୍ପତ୍ତି ଅର୍ଜିବ

  ଠକୁ ଅଛି ସତ୍ତା ପାଇଁ।


ମୂଲ୍ୟ ନାହିଁ ତାର ଜନ ଭଲ ମନ୍ଦ

  ଠକିବାର କାର୍ଯ୍ୟ କରେ,

ସତ୍ତାକୁ ପାଇଲେ ଭୁଲି ଯିବ ସବୁ

  ଲାଭ ପାଇଁ କାର୍ଯ୍ୟ କରେ।


ଟିକେଟ ଦିଅନ୍ତି ରାଷ୍ଟ୍ର ଶତ୍ରୁ ଜନେ

  କିପରି ଟି ଦଳ ଦେଶେ?

ରାଷ୍ଟ୍ର ଚିନ୍ତା ନାହିଁ କିପରି ଦଳସେ

  ସତ୍ତା ହିଁ କେବଳ ଦିଶେ।


ନେତା ଗତିବିଧି ଚିନ୍ତିତ କରୁଛି

  ବହୁ ଅଛି ଅଶ୍ରୁ ଧାର,

ଅଶ୍ରୁ ବହୁ ଅଛି ଦୁଇ ନୟନରୁ

   ଯନ୍ତ୍ରଣା ଦିଏ ଅପାର।


ରାଷ୍ଟ୍ରବାଦୀ ସେହୁ ଆତ୍ମନିର୍ଭରଟି

   ଚିନ୍ତା ତାଙ୍କ ଅନୁକ୍ଷଣ,

ହେଉ ଶକ୍ତିଶାଳ ଆର୍ଯାବର୍ତ୍ତ ଆମ

   କାର୍ଯ୍ୟ କରେ ଅନୁକ୍ଷଣ।


ଦୀର୍ଘ ବର୍ଷ ପରେ ସ୍ବତନ୍ତ୍ର ଜନତା

   ଅନ୍ନ କଷ୍ଟ ନାହିଁ ଦେଶେ,

ରାମରାଜ୍ୟ ପରି ଶାସନ ଚାଲିଛି

   ହେଲା ଡିଜିଟାଲ ଦେଶେ।


ଦୂର ହେଉଅଛି ଭ୍ରଷ୍ଟାଚାର ଦେଶୁ

  ଜନତା ହୁଅନ୍ତି ଖୁସି,               

ଗୌରବ ମିଳୁଛି ବିଶ୍ବ ଗୁରୁ ପରି

  ଅପୂର୍ବ ଆନନ୍ଦ ଖୁସି।


ଚିନ୍ତା ହେଉ ଅଛି ବହୁ ଅଛି ଧାର

  ନେତାଙ୍କ ତାଣ୍ଡବ ଯୋଗୁଁ,

ସତ୍ତାକୁ ପାଇଲେ ଭଲ କି କରିବେ

  ଚିନ୍ତା ହୁଏ ତାହା ଯୋଗୁଁ।


ହିନ୍ଦୁ ଓ ହିନ୍ଦୁତ୍ବେ ନାହିଁ ମନ ପ୍ରାଣ

  ସତ୍ତା କାମନାର ପାଇଁ,

ବଦନାମ ସେହୁ କରୁଛନ୍ତି ନିତ୍ୟେ

  ସତ୍ତାକୁ ପାଇବା ପାଇଁ।


ଦୁଇ ଧାର ଲୁହ ବହୁ ଅଛି ନିତେ

  ମନଟି ବ୍ୟାକୁଳ ଅତି,

ବହିଷ୍କାର କର ଏପରି ନେତାଙ୍କୁ

  କଷ୍ଟ ଦେଉ ଛନ୍ତି ଅତି।


ଜନହୀତେ କାର୍ଯ୍ୟ କରେ ଯେଉଁ ଦଳ

  ସମର୍ଥନ ଦିଅ ତାରେ,

ହିନ୍ଦୁ ଓ ହିନ୍ଦୁତ୍ବେ ଗୌରବ ଯାହାର

  ଜପମାଳି କର ତାରେ।


ଦୁଇ ଧାର ଲୁହ ନ ଗଡୁ ନୟନୁ

  ସମୟ କାଳକୁ ଚିହ୍ନ,

କୃଷ୍ଣ ରାମ ଭକ୍ତି ହୃଦୟେ ଯାହାର

  ଭକ୍ତି ଜଗନ୍ନାଥେ ଚିହ୍ନ।


ବିଶ୍ୱାସ ଯାହାର କୃଷ୍ଣ ରାମ ନାମ

  ସେହୁ ଦାରୁବ୍ରହ୍ମ ଆମ,

ଯାର ଧ୍ୟାନ ନାହିଁ ହିନ୍ଦୁ ଧର୍ମ ପ୍ରତି

  ଶତ୍ରୁ ବଲି ଭାବ ଆମ।


ଦେଶରେ ରହିଣ ଦେଶର ଖାଇଣ

  ରାଷ୍ଟ୍ର ଭକ୍ତି ନାହିଁ ଯାର,

ବହିଷ୍କାର କର ଏପରି ଦଳକୁ

  ଆତଙ୍କ ନୀତିଟି ଯାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy