STORYMIRROR

Prafulla Kumar Tripathy

Tragedy

4  

Prafulla Kumar Tripathy

Tragedy

ଅଦେଖା ହାତ

ଅଦେଖା ହାତ

1 min
407

ହାତରୁ ମୋହର ଚାଲିଗଲା ଶଙ୍ଖା

ମଥାରୁ ଲିଭିଗଲା ସିନ୍ଦୁର

ତୁମେ ଚାଲିଗଲ ଅଫେରା ଦେଶକୁ

ମୋତେ କରି ଦେଇ ପର ।


ହାତ ଧରି ଆମେ ଶପଥ କରିଲେ

ଛାଡିବାନି କେବେ ହାତ

ଏ ହାତ ଦିନେ ଛାଡି ଚାଲିଗଲା

ମୋତେ କରିଦେଇ ଏକା ।


ତୁମ ନୟନରୁ ଝରିଲେ ଲୋତକ

ଭାବେ ମୁଁ ରକତ ଧାର

ସୁକୁମାର ଦେଳେ କଣ୍ଟକ ଲାଗିଲେ

ଦେହ ମୋ ଲାଗଇ ତୀବ ।


ମନର କଥା ମୁଁ ମନରେ ମାରୁଛି

ତୁମରି ବିହୁନେ ଲୋତକ ଝରୁଛି

ଚାହିଁ ଚାହିଁ ଦିନ ବାର


ଅର୍ଦ୍ଧାଙ୍ଗିନି ବୋଲି ପାଅ ଯଦି ତୁମେ

ନେଇ ଯାଅ ତୁମେ ମୋତେ

ତୁମରି ସାଥିରେ ସଦା ମୁଁ ରହିବି

ଦିଅ ନାହିଁ ଦୂରେ ଠେଲି ।


ତାରକା ମେଳରେ କେଉଁଠି ଲୁଚିଲ

ଖୋଜିତ ପାରଇ ନାହିଁ

ହସର ମୁହଁରେ ଦୁଃଖ ଦେଇଗଲ

ଭୁଲିକି ପାରିବି ମୁହିଁ ।


ନୟନର ଲୁହ ଓଠରେ ପିଇ

ଚାହିଁଛି ସଂସାର ମୁହଁ

ସୁଖର ସାଥି ହଜିଗଲା ଆଜି

ନନକୁ ମୁଁ କରେ ଆଜି ପଥର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy