ସ୍ମୃତିର ମଲାଟ
ସ୍ମୃତିର ମଲାଟ
ସ୍ମୃତିର ମଲାଟ ହୋଇଗଲ ଆଜି
ମା ଆମ ହୃଦୟରେ
ସ୍ନେହର ବନ୍ଧନ ତୁଟାଇ ସବୁ ହେ
ଚାଲିଗଲ ଅlରପୁରେ l
ମା ମା ବୋଲି କେତେ ଯେ ଡାକିଲୁ
ମଁl ତ ଶୁଣିଲ ନାହିଁ
ମାୟା ମୋହ ଭରା ବନ୍ଧନ ତୁଟାଇ
ମଁl ଚାଲିଗଲ କାହିଁ l
ସ୍ମୃତି କୁ ତୁମର ବାହୁନି ବାହୁନି
ଵିତିଯାଏ ଦିବା ନିଶି
ଆଉ ଏ ଜନମେ ପାଇବୁ କି ମଁl
ତୁମର ସେ ସ୍ନେହ ପ୍ରୀତି
ମଁl ଡାକ ଆମ ସପନ ହୋଇଲା
ଝୁରୁଥିବୁ ଦିବା ନିଶି l
ମଁl ନାହିଁ ଯାର ନାଁ ନାହିଁ ବୋଲି
ଜଗତେ ରହିଛି କଥା
ତୁମ ବିନା ଆମ ସଂସାର ଅନ୍ଧାର
କେ ବୁଝିବ ଆମ ବ୍ୟଥା l
ତୁମେ ଥିଲ ମଁl ସଖା ସହୋଦର
ବନ୍ଧୁ ପରିଜନ ପରି
ଆପଦେ ବିପଦେ ସାହା ହୋଇଥିଲ
କିଏ ହେବ ତୁମ ସରି l
ତୁମେ ଥିଲ ଆମ ଆଶାର ଆଲୋକ
ପ୍ରେରଣା ର ଉତ୍ସ ହୋଇ
ତୁମେ ଥିଲ ସେଇ ପଥ ପ୍ରଦର୍ଶକ
ଜୀବନ ତରୀ ରେ ରହି l
ଝିଅ, ଜ୍ୱାଇଁ, ଆଉ ନାତି ନାତୁଣୀଙ୍କୁ
କରୁଥିଲ କେତେ ସ୍ନେହ
ପୁଅ, ବୋହୂ ତୁମ ଆଖି ର ଅଞ୍ଜନ
କେ ପୋଛିବ ତାଙ୍କ ଲୁହ l
ଆଜି ଚାଲିଗଲ ସେ ପାରିକୁ ତୁମେ
ଛାଡି ସବୁ ମାୟା ମୋହ
ଆଜି ସେଇ ସ୍ମୃତି ଭାବିଲେ ମଁl ଗୋ
ହୃଦୟ ରୁ ଉଠେ କୋହ l
ବନ୍ଧୁ, ପରିଜନ, ଗ୍ରାମବାସୀ ବୃନ୍ଦାବନ
ଝୁରନ୍ତି ତୁମ ସ୍ମୃତି କୁ
ଉଦାରତା ପଣ ତୁମରି ମଁl ଗୋ
ଅଜଣା ଅଛି କାହାକୁ l
ଚକ୍ଷୁ ଦାନ କରି ଦେଲ ଯେ ଆଲୋକ
ଦୁଇ ଅନ୍ଧ ମଣିଷକୁ
ତୁମ ଦାନ ପାଇଁ ଦୁଇ ଜୀବନ ମା
ଦେଖିଲେ ଏ ଦୁନିଆଁକୁ l
ଯେଉଁଠି ବି ଥାଅ ଭଲରେ ଥାଅ ମଁl
ପ୍ରାର୍ଥନା କରୁ ପ୍ରଭୁଙ୍କୁ
ଆତ୍ମା କୁ ତୁମର ସ୍ୱର୍ଗପ୍ରାପ୍ତି ହେଉ
କାମନା କରୁ ଏତିକି
ଅଭୁଲା ସେଇ ମୁହୁର୍ତ୍ତ ର ଖାଲି
ସ୍ମୃତିକୁ ରଖିଛୁ ସାଇତି ।