STORYMIRROR

Nirupama Dehuri

Tragedy

4  

Nirupama Dehuri

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
270

ଅଦିନିଆ ବର୍ଷା ସ୍ବେଟର ନା

ଛତାର ବ୍ୟବସ୍ଥା

ନିମନ୍ତ୍ରଣ ବିହିନ ଅତିଥି

ସତେ କେତେ ମୁଣ୍ଡବ୍ୟଥା

ନା ମୈାସୁମୀର ସଙ୍କେତ ନା

ପୂର୍ବ ର ପ୍ରସ୍ତୁତି

ଅକସ୍ମାତ ଘନିଭୂତ ଲଘୁଚାପ

ଆର୍ଦ୍ର ଧରିତ୍ରୀର ବୃକ୍ଷ ।


ନ ଥାଏ ମନ ଆନମନା

ପହିଲି ବର୍ଷାର ପରସ

କୁଆଁରୀ ମନରେ ଚମକ

ଝିପିଝିପି ବର୍ଷାର କୁହୁକ

ପ୍ରସ୍ତୁତି ବିହିନ ଆଗମନ

ଅସ୍ତବ୍ୟସ୍ତ ଜୀବନ

ବୋଝ ପରି ମନେ ହୁଏ

ହେଲେ ବି ଆଦରି ନିଏ।


ଭାଗ୍ୟ ଆଦରେ କୃଷକ

କଷ୍ଟାର୍ଜିତ ଶସ୍ୟ ଗଦା

ବର୍ଷକର ପୁଞ୍ଜି

ଏହାରି ଉପରେ ଆଶା ଭରସା

ପରିବାର ଭରଣ ପୋଷଣ

ପକ୍ବ ଶସ୍ୟ ଆନନ୍ଦିତ ମନ

ଏ ଅଦିନିଆ ବର୍ଷା

ନୟନେ ଅଶ୍ରୃ ଦେଲା ।


ଆକ୍ଳାନ୍ତ ପରିଶ୍ରମ

ମୁଣ୍ଡ ଝାଲ ତୁଣ୍ଡେ ମାରି

ଉପାର୍ଜିତ ଶସ୍ୟ

ସିକ୍ତ ବର୍ଷା ଜଳେ

ଅଭାବି ଧାନ ବିକ୍ରି

ହତାଶ ଚାଷୀ ଦାରିଦ୍ର୍ୟର

ଅକ୍ଟୋପସରେ କବଳିତ ପରିବାର

ମୁଣ୍ଡ ଉପରେ ଋଣର ବୋଝ

ଅଣାୟତ ହେଲେ

ଆଦରି ନିଜ ଆତ୍ମହତ୍ୟା ।


ପାଞ୍ଚ ପ୍ରାଣୀ କୁଟୁମ୍ବ

ବୃଦ୍ଧ ପିତାମାତାଙ୍କ ଔଷଧ ଠାରୁ

ବିବାହ ଯୋଗ୍ୟା ଅବିବାହିତ ଝିଅ

ପାଠପଢି ବେକାରୀ ପୁଅ

ରୋଗିଣା ସ୍ତ୍ରୀ ତା ସହ

ସାର କୀଟନାଶକ ଓାୖଷଧ

ଖର୍ଚ୍ଚ ର ବୋଝ

କିଂ କର୍ତ୍ତବ୍ୟ ବିମୁଢ ଚାଷୀ

ଅଦିନିଆ ବର୍ଷାରେ

ରବି ଫସଲ ମୁଗ ବିରି

ଚଣା ବି ହୁଏ ନଷ୍ଟ 

ଭାରସାମ୍ୟ ହରାଇ

ପିଇ ଯାଏ ବିଷ ।


କୁଆପଥର ସାଥେ ଝଡି ବର୍ଷା

ଋତୁଚକ୍ର ପରିବର୍ତ୍ତନ 

ବିପର୍ଯ୍ୟୟ ଧରିତ୍ରୀ

ଜଙ୍ଗଲ ନଷ୍ଟ ଉତ୍ତପ୍ତ ବାୟୁ ମଣ୍ଡଳ

ଅଦିନିଆ ବର୍ଷାର ପ୍ରକୋପ ।



Rate this content
Log in

Similar oriya poem from Tragedy