STORYMIRROR

Nirupama Dehuri

Tragedy

4  

Nirupama Dehuri

Tragedy

ଅବଶୋଷର ଧୂଆଁ

ଅବଶୋଷର ଧୂଆଁ

1 min
267

 ଏଇ ଜୀବନରେ କେତେ ଯେ ଯାତନା

 ଦୁଃଖ ଅଛି କେତେ ଭରି ।


ସମୟର ସୁଏ ବହିଯାଏ କେତେ

 ଅକୁହା କାହାଣୀ ପରି ।


ପୃଷ୍ଠା ଓଲଟାଇ ଅତୀତକୁ ଚାହିଁ

 ଭାବୁଛି ଆଜି ମୁଁ ଯାହା ।


ଅଥଳ ସାଗରେ ବାଲୁକା ଶଯ୍ୟାରେ

 ସ୍ତୁତି ର ଶାମୁକା ତାହା ।


ଅଳନ୍ଧୁ କୁ ଝାଡି ଅଣ୍ଡାଳି ଅଣ୍ଡାଳି

 କ୍ଷତାକ୍ତ ହୋଇଛି ଖାଲି ।


ଚଲାପଥ ଧାରେ ଭବିଷ୍ୟତ ପୁଣି

 ଡାକେ ଦେଖ ହାତ ଠାରି ।


ଅତୀତ ଦିଅଇ ମନକୁ ବେଦନା

 କୋହ ଭରା ଆଖି ଲୁହ ।


ଭାରାକ୍ରାନ୍ତ ମନ ବ୍ୟଥିତ ହୃଦୟ

 ନାହିଁ ଆଜି ପରିଚୟ ।


ମନ ଅଗଣାରେ ଯନ୍ତ୍ରଣାର ଢେଉ

 ଉଠୁଥାଏ ବାରମ୍ବାର ।


କା ଆଗେ କହିବି ବୁଝିପାରୁନାହିଁ

 ଯନ୍ତ୍ରଣାର କ୍ଳିଷ୍ଟ ସ୍ବର ।


କଥା କୁହା ଆଖି ଅବଶ ହେଲାଣି

ହାରିବା ଜିତିବା ଚାହିଁ ।


ଆପ୍ରାଣ ଉଦ୍ୟମେ ପରାଜୟ ପାଇ

ମୋ ମନେ ଉଠଇ କୋହ ।


ଆନନ୍ଦର ଚାନ୍ଦ ଲିଭି ଯାଏ ମନୁ

ନିରାଶା ବାଦଲ କୋଳ ।


ଅବଶୋଷ ଧୂଆଁ ଦୁଃଖ ଯାତନା

ଅମା ଅନ୍ଧକାର ଘୋର ।


ଆଶା ନିରାଶାର ମରିଚିକା ସତେ

ବଞ୍ଚିବା ଦିଏ ଶିଖାଇ ।


ଜନ୍ମ ମରଣ ଦୁଇ ଜୁଇ ମିଶି

ମଣିଷ ଜୀବନ ଏଇ ।


ବସାହୀନ ପକ୍ଷୀ ଉଡି ବୁଲୁଥାଏ

ବସାର ସନ୍ଧାନ ପାଇ ।


ଆଶାର ଚୁମ୍ବକ ଟାଣି ରଖିଥାଏ

ନୂତନ କିରଣ ପାଇଁ ।


ସତେ କି ଉଇଁବ ନୂତନ ସୂର୍ଯ୍ୟ

ମୋ ମନ ଆକାଶରେ ।


ପ୍ରେମ ମମତାର କଅଁଳ କିରଣ

ପଡୁଥିବ ଅଗଣାରେ ।


Rate this content
Log in

Similar oriya poem from Tragedy