STORYMIRROR

Susanta kumar Das

Others Tragedy

1.3  

Susanta kumar Das

Others Tragedy

ମନେ ପଡେ ତୋ କଥା

ମନେ ପଡେ ତୋ କଥା

1 min
25.4K




ସୁରଜ୍ ପରି ମିତ କିଏରେ

କେତେ ଉପକାର କରେରେ

ଖୋଲା ହସରେ ସାଙ୍ଗକୁ ହସାଇ

ମନକୁ ମୋ ମୋହି ନିଏରେ ।।


ସକାଳ ହେଲେ ନିଇତି ଉଏଁ

ପୂରୁବ ଦିଗେ ରବି

କେତେ ସୁନ୍ଦର ସାଙ୍ଗଟି ମୋର

ଅଭୁଲା ତାର ଛବି ।।


ସୁରଜ୍ ହସ ସବୁ ହରଷ

ସୁନ୍ଦର ଦୃଶ୍ୟ ରାଜି

ମମତା ଭରା ସେନେହ ପ୍ରୀତି

ପଡୁଛି ମନେ ଆଜି ।।


ଭାଇ ବନ୍ଧୁର ପ୍ରେମର ଡୋର

ବାନ୍ଧି ରଖିଛି ମନ

ଗରିବ ହେଲେ ମୁଁ ହେଉ

ଭାଇ ମୋ ଶ୍ରେଷ୍ଠ ଧନ ।।


ସୁରଜ୍ ସ୍ନେହ ମମତା ପରି

ସତେକି ଫେରିବ ନାହିଁ

ଦିନରାତି ଖାଲି ପ୍ରଭୁଙ୍କୁ ଡାକୁଛି

ତାହାକୁ ପାଇବା ପାଇଁ ।।



ଇତି ତୋର ପ୍ରିୟ ବନ୍ଧୁ

ସୁଶାନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍