STORYMIRROR

Susanta kumar Das

Others

2  

Susanta kumar Das

Others

ମୋ ଗାଆଁ

ମୋ ଗାଆଁ

1 min
9.8K




ଗାଆଁଟି ମୋର କେଡେ ସୁନ୍ଦର

ନାଆଁଟି ତାର କେଡେ ମଧୁର

ଅଙ୍କା ବଙ୍କା ରାସ୍ତାକୁ ନଥାଏ ଡର

ସବୁ ଗାଆଁ ସାହି ପ୍ରିୟ ମୋର ।।


ନଈ ସେପଟେ ମୋରି ଗାଆଁ

ଭୋଗରାଇ ବୋଲି ତାର ନାଆଁ

ଗଛରୁ ଗଛ ମାଙ୍କଡ ଡ଼ିଆଁ

ମନେପଡେ ମଶାଣି ନିଆଁ ।।


ଗାଆଁ ଗାଆଁରେ ଗୁହାଳ ଘର

ସମସ୍ତଙ୍କୁ ଦରକାର କ୍ଷୀର

ଗୋବରରୁ ମିଳଇ ଉନ୍ନତ ସାର

କ୍ଷୀରରୁ ଯେ ମିଳଇ ସର ।।


ସବୁଜ ସୁନ୍ଦର ମୋରି ଗାଆଁ

ଗାଆଁ ଆରମ୍ଭରୁ ଅଛନ୍ତି ମାଆ

ସହରଠୁ ସୁନ୍ଦର ମୋରି ଗାଆଁ

ଧାନ ପାଇଁ ପ୍ରସିଦ୍ଧ ଆମେ ଓଡିଆ ।।


ଫେରି ଆସନ୍ତା କି ପିଲାଦିନ

ବୁଲନ୍ତି ମୁଁ ଗାଆଁ ସାରା

ଆମ ଗାଆଁ ଚଡ଼କ ଯାତରା

ବିଶ୍ବର ସବୁଠୁ ନିଆରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍