ରାଜା ରାଣୀ
ରାଜା ରାଣୀ
ଜଣେ ଥିଲା ରାଜା
ରାଜା ପାଇଁ ଗୋଟେ ରାଣୀ
ଦୁହେଁ ଦୁହିଁଙ୍କ ପାଇଁ
ଲେଖା ହୋଇଛି କାହାଣୀ ।।
ବାଲେଶ୍ଵର ଜିଲ୍ଲା କୋଳରେ ରହିଛି
ଚନ୍ଦନେଶ୍ଵର ବୋଲି ଗୋଟେ ଗାଆଁ
ସେ ଗାଆଁରେ ମୋର ଭାଇନାଙ୍କ ଘର
କି ସୁନ୍ଦର ଦିଶେ ଆହା ।।
ମନ ରହିଗଲା ରାଣୀଙ୍କ ଠାରେ
ଆସିଲା ବର ବେଶରେ ରଜା
ବରଯାତ୍ରୀ ଧରି ଡିସେମ୍ବର ୧୦ରେ
ଯୋଡ଼ି ମହୁରୀ ବଜାଇ ବାଜା ।।
ଚାହୁଁ ଚାହୁଁ ଏକ ବରଷ ପୁରିଲା
ମୋ ଭାଇନାଙ୍କ ପ୍ରମୋଶନ ହେଲା
ସେହି ଖୁସିରେ ଚାରି ଚକିଆ ଯାନ କିଣି
ଟୁର ଯିବାର ପ୍ରୋଗ୍ରାମ ହୋଇଲା ।।
ରାଜା ରାଣୀଙ୍କ ଯୋଡ଼ି ତ ସୁନ୍ଦର
ସ୍ନେହ ପ୍ରେମ ତାଙ୍କ ନିରନ୍ତର
ସୁଖ ଦୁଃଖରେ ସାଥୀ ହୋଇ
ଚାଲୁ ଥାଅ ଜୀବନର ପଥ ଦୂର ।।
