STORYMIRROR

Susanta kumar Das

Others

2  

Susanta kumar Das

Others

ଧୋକା

ଧୋକା

1 min
13.9K


ଛାଡିଚାଲିଗଲୁ ଛାଡ଼ିଚାଲିଗଲୁ,

ଦୁଃଖ ନଦୀରେ ଭସାଇ,

ସ୍ମୃତି ହୋଇ ରହିଥିବୁ ପରା,

ଆମ ସଭିଙ୍କର ହୋଇ ।।


ଜୀବନ ଗଢାରେ ହୋଇଥିଲୁ ସାଥୀ,

ହାତଧରି ମୋର ତୁ,

କାହିଁ ଛାଡ଼ିଗଲୁ ଧୋକା ଦେଇ ମୋତେ,

ମଝି ନଈ ରେ ଭସାଇ ତୁ ।।


ଇଂରାଜୀ ମୋହର ହେଉଯେ ନ ଥିଲା,

ଦେଇଥିଲୁ ତୁ ମୋତେ ଶିକ୍ଷା,

ସେହି ଶିକ୍ଷାବଳେ ଆଜି ମୁଁ ଚାଲିଛି,

ନମାଗେ କାହାକୁ ଭିକ୍ଷା ।।


ଦେଖା ହୋଇଥିଲା ଶନିବାର ଦିନ,

ଯାଇଥିଲି ମୁଁ ନାଲକୋ,

ତୋର ଚଟକଣା ଆଉ ପାଇବିନି,

ଏକା କରିଗଲୁ ତୁ ତ ।।


ଜାଣିଲି ପରା ବୁଧବାର ମୁହିଁ,

ତୁ ନାହୁଁ ଏ ପୁରେ,

ବିଶ୍ୱାସ ନ ଥିଲେ ବି ବିଶ୍ୱାସ କରିଛି,

ସାଙ୍ଗ ଓ ଲୋକଙ୍କ କଥାରେ ।।


ଦୁଃଖରେ ମୁଁ ଭାଙ୍ଗି ପଡ଼ିଲେ କି ହେବ,

କିଛି ନାହିଁ କହିବାକୁ,

ଏ କବିତା ଲେଖିଲି ତୋ ପାଇଁ,

ସ୍ମୃତି ହୋଇ ରହିବାକୁ ।।


ଖାଲି ପ୍ରଭୁ ଜଗନ୍ନାଥଙ୍କ ପାଖେ,

ଏତିକି କରେ ଗୁହାରି,

ତୋ ଆତ୍ମାର ସଦ୍ ଗତି ହେଉ,

ତୁ ରହିଥା ପାଖରେ ତାଙ୍କରି ।।


ସାଙ୍ଗ ହୋଇ ଶେସେ ପ୍ରଣାମ କରୁଛି,

ତୁ ନାହୁଁ ପରା ଏଠି

ତୁ ସ୍ଵର୍ଗରେ ଥାଇ ରହିଥା ଆନନ୍ଦେ,

ବସି ଦେଖୁଥା ସେଠି ।।


ଇତି

ତୋର ପ୍ରିୟ ବନ୍ଧୁ

ସୁଶାନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍