STORYMIRROR

Susanta kumar Das

Tragedy

3  

Susanta kumar Das

Tragedy

ଜୀବନ ଏମିତି ଚଲାପଥଟିଏ

ଜୀବନ ଏମିତି ଚଲାପଥଟିଏ

1 min
11.6K



ଜୀବନ ଏମିତି ଚଲାପଥଟିଏ

ଚାଲିବାକୁ ହୁଏ ଏକା

ସାଥୀଟିଏ ଯଦି ପାରୁଷରେ ଥାଏ

ଲାଗେ ନାହିଁ ପଥ ଥକ୍କା ।।


ଭଲ ପାଏ ମୁହିଁ ତୁମକୁ ସତତ

ମୋ ସାରା ଜୀବନ କ୍ଷଣେ

ମୋ ବକ୍ଷରେ ତୁମ ସ୍ମୃତି ଆଙ୍କେ

ଶୟନେ କିବା ସପନେ ।।


ଜୀବନର ମାନେ କିଛି ପରା ନାହିଁ

ଦେହେ ଯଦି ଆତ୍ମା ନାହିଁ

ପାଉଛି ସେତିକି ଭଲ ମୁଁ ତୁମକୁ

ସେଥି ପାଇଁ ରାଗେ ମୁହିଁ ।।


ଜୀବନ ପଥକୁ ଚାଲିବାକୁ ହୁଏ

ଚାଲୁ ଚାଲୁ ଝୁଣ୍ଟି ଥାଏ

ଜୀବନ ସାଥୀ ମୋ ସୁଖ ଦେବ କହି

ଦୁଃଖକୁ ମେଞ୍ଚାଏ ଦିଏ ।।


ତୁମେ ସାଥେ ପ୍ରିୟା କଥା ହେଲେ କେବେ

ତୁମ ରୂପ ଖାଲି ଦେଖେ

ତୁମ ଓଠେ ହସ ଦେଖି ଦେଲେ ଥରେ

ଖୁସିରେ ମୋ ମନ ନାଚେ ।।


ତୁମ ନୟନର ଟୋପାଏ ଲୁହକୁ

ଶହେ ନାହିଁ ଛାତି ମୋର

ତୁମ ପାଇଁ ସାଥୀ କରିଦେବି ମୁହିଁ

ଦୂନିଆକୁ ସାତପର ।।


ତୁମେ ହିଁ କେବଳ ଦୁନିଆ ମୋହର

ତୁମେ ମୋ ଜୀବନ ସାଥୀ

ଜୀବନରେ ଯେତେ ସବୁ ଦୁଃଖ ଦେଇ

ତାକୁ କର ସଦା ସୁଖୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy