STORYMIRROR

Susanta kumar Das

Others

3  

Susanta kumar Das

Others

ଦଶହରା

ଦଶହରା

1 min
14.4K


ମାଆ ତୁମେ ଜଗତ ଜନନୀ

କର ଶତ୍ରୁ ସଂହାର

ଶାସ୍ତ୍ରୀୟ ମତେ କରନ୍ତି କେତେ

ତୁମର ଷୋଡ଼ଶ ଉପଚାର ।।

ଆବିର୍ଭାବ ହେବେ ମାଆ

ଧରି ଦଶଭୁଜା

ମହିଷାସୁର ବଦ୍ଧ କରି

ପାଇବେ ସେ ପୂଜା ।।

ନବରାତ୍ର ଧରି ପୂଜା ପାଆନ୍ତି ବୋଲି

ବୋଲାନ୍ତି ମହାନବମୀ

ରାମ କରିଥିଲେ ରାବଣ ବଦ୍ଧ

ସେଥି ପାଇଁ କି ବିଜୟା ଦଶମୀ ।।

ଦୁର୍ଗତିନାଶିନୀ ଶକ୍ତି ଦାୟିନୀ

ନାମରେ ତୁ ମା ମଙ୍ଗଳା

ପୂଜା ପାଉ ମା ଶକ୍ତିପୀଠେ

ପ୍ରତ୍ୟକ୍ଷ ଦେବୀ ମା ହିଙ୍ଗୁଳା ।।

ଶୁଣିନ ଭକ୍ତର ବିପଦ

ଅଥୟ ହୁଏ ତୁମରି ମନ

କରିବାକୁ ବିପଦର ସଂହାର

ତୁମେ କର ମାଆ ବିଜେମାନ ।।

କରିଲେ ପୂଜା ତୁମର

ଦୂର ହୁଏ ସବୁ ବିପଦ

ଦରକାର ନାହିଁ ମୋର କେଉଁ ସମ୍ପଦ

ବାସ୍ ଥାଉ ତୋରି ଆଶୀର୍ବାଦ ।।


Rate this content
Log in