STORYMIRROR

Susanta kumar Das

Others

3  

Susanta kumar Das

Others

ବନ୍ଧୁର ବନ୍ଧନ-ସୁରଜ୍

ବନ୍ଧୁର ବନ୍ଧନ-ସୁରଜ୍

1 min
13.5K




ସୁରଜ୍ କୁ ଦେଖିଲେ ମନ ଭରିଯାଏ

ଭୁଲିଯାଏ ସବୁ କୋହ

ବିରହ ଯନ୍ତ୍ରଣାରେ କାନ୍ଦୁଛି ବୋଲି

ଆଖିରୁ ଝରେ ମୋ ଲୁହ ।।

କଥା ପଦେ ତୋର ମୋ ପାଇଁ ମଧୁର

ଆଶିଷ ଅମୀୟ ଝର

ଯେଉଁଠି ଥିଲେ ବି ତୋ କଥା ଭାବିବି

କରିବିନି ତତେ କେବେ ପର ।।


ବନ୍ଧୁ ଦୁନିଆଟା ସୁନ୍ଦର ବୋଲି ମୁଁ

ଯେଉଁ ଦିନ ଜାଣିଗଲି

ସ୍ନେହର ବନ୍ଧନରେ ଅହରହ ବନ୍ଧୁ

ନିଇତି ବୁଡି ରହିଲି ।।


ଜୀବନର ବନ୍ଧୁ କରିଛି ବୋଲି ମୁଁ

ମନରେ କରିଛି ବିଚାର

ପୂରୁବେ ଜନମେ ପୁଣ୍ୟ କରିଥିଲି

ତୋ ଛବି ଦେଖେ ବାରମ୍ବାର ।।


ସମୟ ହିଁ ସବୁଠାରୁ ବଳବାନ

ଆଉ କିଏ ତା ଠାରୁ ନାହିଁ

ଆରଜନମକୁ ବନ୍ଧୁ ଅନାଇ ରହିଛି

କେବଳ ତୋ ମୁହଁ ଚାହିଁ ।।


ହୃଦୟର ତାତି ମନେ ଜାଗେ ଭୀତି

କହିପାରୁ ନାହିଁ ତୋତେ

ଜାଣି ମୁଁ ପାରୁଛି ଅନ୍ତର ବେଦନା

ଦୂରରୁ ତୁ ଦେଖୁ ମୋତେ ।।




ତୋର ଅତି ପ୍ରିୟ ବନ୍ଧୁ

ସୁଶାନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍