STORYMIRROR

Susanta kumar Das

Others

2  

Susanta kumar Das

Others

ଜଗତ ଜନନୀ

ଜଗତ ଜନନୀ

1 min
12.8K



ସୁରମ୍ୟାଗୋ ଚାରୁ ହାସିନୀ ଜନନୀ,

ଜଗତ ଜୟୀ ମଧୁଭାସିନି,

ମହିଶା ମର୍ଦ୍ଦିନି ଦୁଷ୍ଟ ନିବାରିଣୀ,

ସଂସାର ଦୁଃଖ ହାରିଣୀ ।।


କେତେବେଳେ କେତେ ଅବତାରେ ତୋର,

ଶାନ୍ତି ଲଭେ ଏହି ଧରଣୀ,

ଆଗୋ କୃଷ୍ଣକେଶୀ ଯୋଗମାୟା ରୂପୀ,

ଆରତେ ଶାନ୍ତି ପ୍ରଦାୟନୀ ।।


ତୋର ଆଗମନେ ହସି ଉଠେ ମହୀ,

ସାମ୍ୟତାର ଧୌଜା ଧାରିଣୀ,

ଶାନ୍ତିର ସ୍ୱରୂପ ଶ୍ବେତ କାଶତଣ୍ଡି,

ଫୁଟି ହସି ଉଠେ ଅବନୀ ।।


ଆସ ମା ଏ ତବେ କରୁଛୁ ବନ୍ଦନା,

ନରପ୍ରାଣେ ଶାନ୍ତି ଦାୟିନୀ,

ବଦ୍ଧ ଗୋ ଜନନୀ ମହିଶା ପ୍ରକୃତି,

ହଟୁ ଅହଂକାର ଜାମିନୀ ।।


Rate this content
Log in