STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ହେ ବନ୍ଧୁ !

ହେ ବନ୍ଧୁ !

1 min
28.4K



ତୁମେ ମୋର ବନ୍ଧୁ ସଖା ସହୋଦର

ଜୀବନର ଚଲାପଥ

ଲୁହରେ ଲହୁରେ ସୁଖରେ ଦୁଃଖରେ

ରହିଥିବ ତୁମ ହାତ ।।


ଦେଖିନାହଁ ରୂପ ନୟନରେ ମୋର

ସପନେ ଦେଖୁଛି ନିତି

ନ ଦେଖିଛି ବୋଲି ଦୁଃଖ ନାହିଁ ତିଳେ

ଶୁଭୁଥାଉ ତୁମ ଗୀତି ।।


ଅନ୍ତିମ ଯାତ୍ରାର ଶେଷ ପ୍ରହରରେ

ପାଖେ ପାଖେ ରହିଥିବ

ଜୀବ ଗଲାବେଳେ ତୁଣ୍ଡରେ ମୋହର

ନିର୍ମାଲ୍ୟ ଟିକିଏ ଦେବ ।।


କପଟୀ ତୁମେ ତ ଦୁନିଆ ଜାଣିଛି

ହେଲେ ବିପଦର ବନ୍ଧୁ

ତୁମ ପରି ବନ୍ଧୁ ପାଶେ ଥିଲେ ମୋର

ଲଂଘିଯିବି ସାତ ସିନ୍ଧୁ ।।


ମରମ ବେଦନା ଅସହ୍ୟ ଯନ୍ତ୍ରଣା

ଲୋତକର ବିନ୍ଦୁ ଝରେ

ତୁମେ କି ଜାଣିନ ଦୁଃଖର ପାହାଡ

ଭାଙ୍ଗିପଡୁଛି ମୋ ଶୀରେ ।।


ତୃତୀୟ ପାଣ୍ଡବ ନୁହେଁ ମୁହଁ ବନ୍ଧୁ

ନୁହେଁ ମୁଁ ଭକ୍ତ ସୁଦାମା

ଭକ୍ତ ସାଲବେଗ ହୋଇ କି ପାରିବି

ଦୋଷ ଧରିବନି ଜମା ।।


ମାଗି ନାହିଁ କେବେ ରତ୍ନର ଭଣ୍ଡାର

ଯଶ କୀର୍ତ୍ତି ସନମାନ

ଦୁଇ ବାହୁ ତୁମ ରହିଥାଉ ସଦା

ଗାରିମାରେ ଗରୀୟାନ ।।


ଛଅ ଖଣ୍ଡ କାଠେ କୋକେଇ ମୋ ଯିବ

ହାତ ମୋର ଲମ୍ବିଥିବ

ତୁମେ ବନ୍ଧୁ ମୋର ଆଗେ ଚାଲୁଥିବ

ହୃଦୟ ମୋ ପୂରୁଥିବ ।।


ଜଳୁଥିବ ଜୁଇ ଶ୍ମଶାନ ଘାଟରେ

ଦେଖୁଥିବି ତୁମ ରୂପ

ତୁମେ ବନ୍ଧୁ ମୋର ହସୁଥିବ ଧୀରେ

ଲିଭି ଯାଉଥିବ ପାପ ।।


ଅସ୍ପଟ ସ୍ବରରେ କହୁଥିବି ମୁହଁ

ସଂସାର ଲାଗିଲା ମୋର

ଝାରିବନି ଲୁହ ହେ ବନ୍ଧୁ ! ବିଦାୟ

ଯାଉଛି ମୁଁ ବହୁଦୂର ।।

--------------

ଶରତ କୁମାର ଦାସ,ବଡବିଲ ମହାବିଦ୍ୟାଳୟ ,ବଡବିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy