STORYMIRROR

SIPRA NAMTA

Tragedy

3  

SIPRA NAMTA

Tragedy

ସେଇ ପାହାଡ଼ ସେପାରେ

ସେଇ ପାହାଡ଼ ସେପାରେ

1 min
27.4K



ସେ ତ କଥା କୁହା ଏକ ବନ ଝରଣା

କଥା ମାନେନା ,ମୋ କଥା ମାନେନା।।💐।।

କଳ କଳ ଝରଣା ତ ବୋହିଯାଏ ରେ

ଝରଣାର ପାଣିରେ ତା ମୁହଁ ଦିଶେରେ

ଛଳ ଛଳ ଆଖିର ତା'କଜ୍ଜଳ ଗାର

କହିଯାଏ କେତେ କଥା ମନ ପ୍ରାଣର

ଆହା ପ୍ରେମ ପ୍ରିତୀର

ଓଃ .......ହୋ ..ହୋ ....ସେଇ ଦୂର ପାହାଡର

ଆର ପଟରେ

ଗାଁ ମଝା ମଝିରେ

ମୋ ପ୍ରିୟା ତା' ଠିକଣାଟା କହିଯାଇଛି

ଛୁଇଁ ବାକୁ ଗଲେ ହାତ ପାଏନା

କଥା ମାନେନା ,ମୋ କଥା ମାନେନା ।।💐।।

ଛମ ଛମ ବାଜେ ତା' ପାଦ ନୁପୁର

ରୁଣୁ ଝୁଣୁ ଶୁଭେ ତା'କାଚ ହାତର

ଚିବୁକରେ କଳା ଜାଈ ଭଉଁରୀ ଖେଳେ

ଅଧରରେ ମିଠା ହସ ସରାଗ ବୋଳେ

ଚାହେଁ ଲାଜ ଆଖିରେ

ଓଃ.. ହୋ... ହୋ... ସେଇ ଭସା ବାଦଲର ରଙ୍ଗ ତୂଳୀରେ

ସେ ଚିଠି ଲେଖେରେ

ମୋ ପ୍ରିୟା ତା'ମନ କଥା ଲେଖିଦେଇଛି

ଧରିବାକୁ ଗଲେ ହାତେ ମିଳେନା

କଥା ମାନେନା ,ମୋ କଥା ମାନେନା ।।💐।।

ସିଏ ମୋ ପ୍ରୀତି ଫୁଲ ତାଆରି ପାଇଁ

ଭଅଁର ମୁଁ ମତୁଆଲା ଚୁମିବା ପାଇଁ

ମାଆର ରକ୍ଷା ପାଇଁ ବୀର ସନ୍ତାନ

ସେବା ସାରିଲେ ମୁଁ ଫେରିବି ଜାଣ

ସତ ହେବ ସପନ

ଓଃ .....ହୋ.... ହୋ... ସେଇ ଭିଜା ଶ୍ରାବଣକୁ

ରହିଛି ଚାହିଁ

ତା'ର ପରଶ ପାଇଁ

ମୋ ପ୍ରିୟା ମୋ ଫେରିବାକୁ ଚାହିଁ ବସିଛି

ସ୍ବପ୍ନ କେବେ ସତ ହେବ ଜାଣେନା

କଥା ମାନେନା, ମୋ କଥା ମାନେନା ।।💐।।


ସିପ୍ରା ନାମତା ( ନମ୍ରତା )

ବାରିପଦା

8249850168


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy