Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Tragedy

2  

SIPRA NAMTA

Tragedy

ସତୀ -୨ ,ବିରହ ର ରଙ୍ଗ

ସତୀ -୨ ,ବିରହ ର ରଙ୍ଗ

1 min
7.4K



ସିପ୍ରା ନାମତା (ନମ୍ରତା )


ବିଶ୍ବାସର କାଣିଚାଏ ତୀର୍ଯ୍ୟକ ଝଲକେ

ଅଧା ଅଧା ଜୀବନ ବି ଭରିଯାଏ ସପନେ ।


ପରିପୂର୍ଣ୍ଣ ଜଗତରେ ଜୀବନ ମୋ ଶୁନ୍ୟ

ନିଥର ପରାଣେ ଖାଲି ଯନ୍ତ୍ରଣା ଜ୍ବଳନ ।


ମଳୟ ଛୁଏଁନା ଏଠି ପାଦପ ପତରେ

ଫଗୁରଙ୍ଗ ମନା ଏଠି ଭରା ଫଗୁଣ ରେ ।


ପ୍ରୀତିଫୁଲ ଝାଉଁଳିଛି ବସନ୍ତରେ ଆଜି

ହୃଦୟ ବିଳାପ କରେ ବିରହିଣୀ ସାଜି ।


ଚୁତ ବକୁଳ ସୁରଭି ରେଣୁ ରେଣୁ ଝରେ

ଆମ୍ର କୁଞ୍ଜେ କୋକିଳ ବି କୁହୂ ତନ କରେ ।


ଅମାନିଆ ବାଆ ସାଥେ ମଧୁକର ଭ୍ରମେ

ସଖା ବିଛେଦେ ଜଳେ ବନହିଁ ଏ ମରମେ ।


ଜୀର୍ଣ୍ଣ ମନେ ଲୁହ ଝରାଏ ବେନି ନୟନ

ନାହିଁ ଜହ୍ନ ,ତାରା, ଭିଜା ମହୁଲିଆ ମନ ।


ନିଷିଦ୍ଧ ଇଲାକା ଏଇ ପୃଥିବୀ ଭିତରେ

ଚାଲିବାକୁ ହେବ ଏକା ବାକି ଜୀବନରେ ।


--- --- --- -- ---



Rate this content
Log in

Similar oriya poem from Tragedy