STORYMIRROR

SIPRA NAMTA

Inspirational

3  

SIPRA NAMTA

Inspirational

ପ୍ରହେଳିକା ପ୍ରତୀକ୍ଷାର

ପ୍ରହେଳିକା ପ୍ରତୀକ୍ଷାର

1 min
27.4K


ପ୍ରହେଳିକା ପ୍ରତୀକ୍ଷାର

******************

ଅନନ୍ତ ସାଗର ,ଆକାଶ ନୀଳିମା

ତୁମ ଆଖିର କଳା ପିତୁଳାରେ ,

କିଛି ଫରକ ନ ଥିବା ଆକର୍ଷଣ

ସମ୍ମୋହନର ମାୟା କରେ ।।

ଘନ ତମସାର କୁହୁକିନୀ ମାୟା

ରାତ୍ରୀର ଓଢଣା ଢାଙ୍କି ଦିଏ

ହଜିଯାଏ ଜୀବନର ସ୍ୱପ୍ନ ସେଇ ଅନ୍ଧାର

ଶୂନ୍ୟତାକୁ ଆବୋରି ନିଏ ।।

ଡହ ଡହ ଦ୍ଵି ପହର ପ୍ରଚଣ୍ଡ ରୌଦ୍ରର

ଘର୍ମାକ୍ତ ତନୁର ଆବେଶ

ପଥ ଶ୍ରାନ୍ତ ପଥୁକୀର ପାନ୍ଥଶାଳାର

କାନ୍ଥରେ ନେସିଯାଏ କାମନା ର ଶୋଷ ।।

ଅଲାଜୁକୀ ସଂଧ୍ୟାତାରା ଅଧୋମୁଖେ

ବିରହେ କାତର ଦିଶେ ,

ଜ୍ୟୋତ୍ସ୍ନାୟିତ ଚନ୍ଦ୍ରମା କୁ ସୋରଜ ର ଗଣ୍ଡେ

ଅଧୀରା ପଣରେ ଖୋଜେ ।।

କାହୁଁ ଶୁଭେ ବଇଁଶୀର ମନ ହଜା ସ୍ୱର

ଭରା ନଈ ଅପଘନ ଉଜାଣି ଉଛୁଳା

ଶୀଳା ପଦ୍ମ ତଳୁ ଆସେ ଭାସି ବିଧୁର ଯୋଗୀର

କ୍ଳାନ୍ତ ଅବୟବେ ନିର୍ବାଣ ସଙ୍ଗୀତ ମେଖଳା ।।

ମେଦ ମାଂସ ଲେଶ ଅସ୍ଥି କଙ୍କାଳର ମୁଖୁଁ

ଶୁଣିବାକୁ ଅଭିପ୍ରାୟ ଜୀବନର ଶେଷ ଦିଗମ୍ବରେ

ପାଷାଣ ଗାତ୍ରେ ଅଙ୍କା ତୁଳୀକାର ସ୍ପର୍ଶ

ଚିର ସତ୍ୟ ଗ୍ରହଣ ଯେ ନିସ୍ତବ୍ଧ ରାତ୍ରୀରେ ।।

ଶୂନ୍ୟ ଶୂନ୍ୟ ମହା ଶୂନ୍ୟ ସତ୍ୟ ଜଗତ ମିଥ୍ୟା

ଆ ବ୍ରହ୍ମାଣ୍ଡ ବସୁଧାର ସେଇ ଏକ ବାର୍ତ୍ତା

ଅଭିଳାଷ ଜୀବନର ସ୍ବର୍ଣ୍ଣାଞ୍ଜଳୀ ପୁଟେ

ସତ୍ୟ ନ୍ୟାୟ ପବିତ୍ର ଜୀବଆତ୍ମାବଦ୍ଧ କର୍ତ୍ତା ।।

***********

ସିପ୍ରା ନାମତା ,ନମ୍ରତା

ବାରିପଦା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational