STORYMIRROR

SIPRA NAMTA

Others

2  

SIPRA NAMTA

Others

ରେବତୀ..... ସେଦିନ ଓ ଆଜି

ରେବତୀ..... ସେଦିନ ଓ ଆଜି

2 mins
13.8K



ରେବତୀ......ସେଦିନ ଓ ଆଜି

*********************


ସିପ୍ରା ନାମତା ( ନମ୍ରତା )


ଦେଢ଼ଶ ବରଷ ତଳ ର ରେବତୀ

ଅନେକ ବଦଳି ଯାଇଛି

ସ୍ୱାବଲମ୍ବୀ, ଉଚଶିକ୍ଷିତା ହୋଇ ସେ

ନିଜ ଛବି ଆଙ୍କି ପାରିଛି ।।


ଭୂଇଁ ରୁ ଆକାଶ ଯାଏଁ ଯେ ରେବତୀ

ଡେଣା ମେଲି ଉଡି ପାରୁଛି

ସୈନିକ ବେଶ ରେ ବନ୍ଧୁକ ଧରି ସେ

ପାହାଡ଼ ଧଡି ରେ ଚାଲୁଛି ।।


ଘରକରଣା ରେ ସଣ୍ଠଣା ଗୁଣ ରେ

ରେବତୀ ପଛେଇ ଯାଇନି

ସାହସ ର ସହ ଆଗେଇ ଚାଲିଛି

ପୁଅ ସାଥେ ତାଳ ପକାଇ ।।


ପାଦେ ପାଦେ କରି ବଢୁଛି ରେବତୀ

ସମାଜର ପ୍ରତି କ୍ଷେତ୍ରରେ

ତଥାପି ସମ୍ପୂର୍ଣ୍ଣ ପ୍ରତ୍ୟୟ ଯୋଗାଇ

ପାରିନି ତା' ନାରୀତ୍ବ ରେ ।।


ବ୍ୟାସ କବି ସିନା ନାରୀ ଶିକ୍ଷା ପାଇଁ

ରଚିଥିଲେ ଏ ବାସ୍ତବ କଥା

ଯୁଗ ନୀତି ନେଇ ସଫଳ ହେଲେ ବି

ଅସୁରକ୍ଷିତ ନାରୀ ର ବ୍ୟଥା ।।


ତଥାପି ତ ଶିକ୍ଷା ହୁଏନାହିଁ କେବେ

ଗୃହିଣୀ ର ମାପ ଦଣ୍ଡ

ନାରୀ ପାଇଁ ଯେତେ ଖୋଲା ଥାଏ ସବୁ

ଘର କୋଣ ଚୁଲ୍ଲୀ ମୁଣ୍ଡ ।।


ହଇଜା ରେ ସିନା ଅକାଳ ମରଣ

ଲଭିଥିଲା ସେ ରେବତୀ

ଏବେ ତ କାମନାର ଅନ୍ଧ ମଣିଷ

ଓଟାରି ନିଏ କଅଁଳ ଛାତି ।।


ସମାଜ ରେ ନବ ଜାଗରଣ ଆଉ

ପରିବର୍ତ୍ତନ ର ସ୍ୱର

ନ ଆସିବା ଯାଏଁ କୋମଳ ରେବତୀ

ଦିନରାତି କାନ୍ଦୁଥିବ ।।


କାଗଜ କଲମ ଆଇନ ରେ ସିନା

ରେବତୀ ମାନେ ସୁନ୍ଦର

ବାସ୍ତବ ତ ସବୁ ଅଲଗା ଦେଖାଏ

ଲାଗେ ବଡ ଦୟନୀୟ ।।


ଦୁନିଆରେ ଯେତେ ଲିଙ୍ଗ ଭେଦ ନୀତି

ଯେତେ ବି ସୁବିଧା ଥାଉ

ରେବତୀ ମାନଙ୍କୁ ଚାପି ଦିଆଯାଏ

ଉଠି ନ ପାରନ୍ତି ଆଉ ।।


କାହିଁକି ଏମିତି ସହିବାକୁ ସବୁ

ରେବତୀପାଇଁ କି ଅଛି ?

ପ୍ରଶ୍ନ ପରେ ପ୍ରଶ୍ନ ପଚାରେ ରେବତୀ

ଉତ୍ତର ନ ପାଏ କିଛି ।।


ଅସହିଷ୍ଣୁତା ର ଚରମ ସୀମାରେ

ଦୁଃଖ ର ଭରା ସଂସାର

ନିର୍ଦୟତା ସାଜେ ଚରମ ଶତ୍ରୁ

ଏ ରେବତୀ ମାନଙ୍କ ର ।।


ପୁରୁଷ ପ୍ରଧାନ ସମାଜ ରେ ପରା

ପୁଞ୍ଜିବାଦ ଙ୍କ ର ଖେଳ

ଲଗାମ ଯୁଆଡେ ସଵାରୀ ସିଆଡେ

ନିୟମ ନାସ୍ତି ର ବେଳ ।।


କେବେ ସେ ସୁଦିନ ଆସିବ ରେବତୀ

କରୁଅଛି ଯେ ପ୍ରତୀକ୍ଷା

ଆଖିର ସ୍ବପ୍ନକୁ ଲୁଚାଇ ଦେଖୁଛି

ପାଇ କିଛି ସ୍ବାଧୀନତା ।।

-----------/////--------/////-------------


ବାରିପଦା

8249850168



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍