ଶୂନ୍ୟତାର ଛାଇ
ଶୂନ୍ୟତାର ଛାଇ
ଶୂନ୍ୟତାର ଛାଇକୁ ଧରିବାକୁ ,
ଇଚ୍ଛା ପୂରଣ ହୁଏନା ,ତା'ହସରେ ,
ସେ ହସର ତୁର୍ଯ୍ୟନାଦରେ,
ଜାଣିହୁଏ ସେ ଅଛି ସବୁରି ଭିତରେ ।।
ଅନ୍ଧ ଗଳିର ଭ୍ରଷ୍ଟ ନାୟକର ଚିତ୍ର ,
ରକ୍ଷକ ଯେବେ ଭକ୍ଷକ ସାଜଇ,
ନାଗରା ବଜାଇ ଲମ୍ବା ପାହୁଣ୍ଡରେ ,
ଦିଶେ ଶୂନ୍ୟତାର ଛାଇ ।।
ତୁଚ୍ଛାଟାରେ ଖାଲି କଲମର ,
ଗାର ଟଣା ହୁଏ କାଗଜ ଉପରେ ,
ଦେହ ଦେବାଳୟରେ ପଡିଥିବା,
କ୍ଷତ ସ୍ଥାନକୁ ମଲମ ଦେବାରେ ।।
ଶୂନ୍ୟତା ପୁଣି ହସେ ,ଓଠରେ ଓଠ ଛୁଆଁଏ,
ହାତରେ ଥିବା ରେଖାକୁ ଇଙ୍ଗିତ କରେ ,
ଯେ ରେଖା କରିଛି ବନ୍ଦୀ ମୋର ଅତୀତ ,
ବର୍ତ୍ତମାନ ଆଉ ଭବିଷ୍ୟତର ଆଶାରେ ।।
ଶୂନ୍ୟତାର କେରା କେରା ସ୍ମୃତିରେ,
ଛାତି ହୁଏ ରକ୍ତାକ୍ତ ,
ଗାଁ ମୁଣ୍ଡ ବରଗଛ ଚଉତରା ,ପୋଖରୀ ତୁଠର,
କାହାଣୀ ଅବ୍ୟକ୍ତ ।।
ନାହିଁ ଗଭୀରତା ପୋଖରୀ ପାଣିରେ ,
ଚଉତରା ଭିତରୁ ବରଗଛ ଚେର ନାହିଁ ,,
ନାହିଁ ସାଙ୍ଗ ମେଳ ବସୁନାହିଁ ଭାଗବତ ଟୁଙ୍ଗୀ,
ଶୂନ୍ୟତା କାନ୍ଦୁଛି ,ଆଖିରେ ତା'ଲୁହ ନାହିଁ ।।
ଗାଁ ରୁ ସହରକୁ ଆସିବାର ରାସ୍ତା ,
ନାଲି ଜହ୍ନର ଧାର ଆଲୁଅରେ ,
ନୀଳତାରା ତୋଳିବାର ଇଛା
ଅଶାନ୍ତ ସାଗରକୁ ବାଟେଇନିଏ ।।
ବାଲିଶେଯେ ଅସଂଖ୍ୟ ମୁକ୍ତା ହୀନ ଶାମୁକା,
ଅଶାନ୍ତ ଲହରୀ ସାଥେ ସମୁଦ୍ରର କୂଳ ,
ଚତୁର୍ଦ୍ଦିଗେ ଅସହାୟତାର କରୁଣତା,
ତା'ସାଥେ ଶୂନ୍ୟତାର ଆକୁଳ ଚିତ୍କାର ।।
ସିପ୍ରା ନାମତା ( ନମ୍ରତା )
ବାରିପଦା