STORYMIRROR

SIPRA NAMTA

Others

2  

SIPRA NAMTA

Others

ସମ୍ପର୍କର ରଙ୍ଗ

ସମ୍ପର୍କର ରଙ୍ଗ

1 min
13.7K


ସମ୍ପର୍କର ରଙ୍ଗ

***********

ସିପ୍ରା ନାମତା ( ନମ୍ରତା )


ଆଧୁନିକ ସଭ୍ୟତାର ବର୍ମ ତଳେ

ଧୂଳି ମାଟିର ମାୟା କାଟିଦିଏ

ଶାନ୍ତ କାନ୍ତ ଗାଁ ଭୂଇଁ ରେ ହଜିଥିବା ବାଲ୍ୟ ସ୍ମୃତ୍ତି

ଏବେ ତ ସାତ ସପନ ,,,

ମହୁଲ ଫୁଲ ଝଡେ ବିଲ ହିଡ ତଳେ

ମଳୟ ର ମଧୁସ୍ପର୍ଶ ନିର୍ଜ୍ଜନ ଘାସର ଶେଜେ

ନଈ ଆଡ଼ି କେତକୀର ବାସ,,,

ଅଙ୍କୁରିତ ଅନାବନା ଫୁଲ ବୁଦା କେତେ ****୧


ଗଛଲତା ଭରା ଗାଁ ତୋଟା ମାଳ

ଆନନ୍ଦ ରେ କରୁଥିଲା କେତେ ଯେ ବିଭୋର

ପାହାଡିଆ ଅଙ୍କାବଙ୍କା ଝରଣା ର କୂଳେ

ଗୋଧୂଳିର ଅସ୍ତ ରାଗ କୁଂକୁମ ଛିଟା ର,,,,

ଖରାବର୍ଷା ର ରଙ୍ଗୀନ ଇନ୍ଦ୍ରଧନୁ ତୋଳେ

ଅଜସ୍ର ରୋମାଞ୍ଚରେ ପ୍ରତି ଅଙ୍ଗେ ଭରେ

ତାରା ଭରା ଆକାଶ ର ମିଠା ମିଠା ଜହ୍ନର,,,,

ଭଲ ପାଇବାର ଭୁରୁ ଭୁରୁ ମହକ ରେ *********୨


ସିମେଣ୍ଟ କଂକ୍ରିଟ ର ଭବନ ସଜ୍ଜିତ ହୁଏ

ସୁଦୃଶ୍ୟ ପ୍ଲାଷ୍ଟିକ ଫୁଲ ପତ୍ର ମାଳ ଟଙ୍ଗା ଯାଏ

ନୀର୍ଜୀବତାର ପ୍ରାସାଦ ରେ ନିଷ୍ପ୍ରଭ ମଳିନ

କୃତ୍ରିମତାର ପ୍ରଲେପ ବୋଳା ହୁଏ ସବୁଠି ,,,

ଅବସାଦର ତ୍ଵକ ତଳେ ଅସହ୍ୟ ଅବାନ୍ତର

ଯୁକ୍ତି ତର୍କ ଶେଷ ହୁଏ ହୀନମନ୍ୟତାରେ

ରଙ୍ଗୀନ ରଙ୍ଗର ପସରା ରୁଦ୍ଧ ଦ୍ୱାରେ କେବେ ମୁକ୍ତ ନଭତଳେ,,

ଆଜିକାଲି ସମ୍ପର୍କ ସବୁ ପୋହଳା ର ଖୋଳପା ରେ*****୩


ବାରିପଦା

୮୨୪୯୮୫୦୧୬୮

ମୟୁରଭଞ୍ଜ ।


Rate this content
Log in