STORYMIRROR

pawan Mohakul

Tragedy Inspirational

3  

pawan Mohakul

Tragedy Inspirational

ହେ ଈଶ୍ୱର ମୋତେ କ୍ଷମା କର

ହେ ଈଶ୍ୱର ମୋତେ କ୍ଷମା କର

1 min
222

ପୂଣ୍ୟ ଠାରୁ ପାପ ଅଧିକ ମୋର

ହେ ଈଶ୍ୱର ମୋତେ କ୍ଷମା କର 

ସତ ଠାରୁ ମିଛ ଦୁଇ ଗୁଣ ମୋର

ହେ ଈଶ୍ୱର ମୋତେ କ୍ଷମା କର

ଲାଜ ଲାଗେ ଆଜି ଶ୍ରୀ ଛାମୁରେ ବସି

ପଢିବାକୁ ନିଜ କାହାଣୀ ମୋର

ହେ ଈଶ୍ୱର ମୋତେ କ୍ଷମା କର

ଦୁଃଖ ତ ଏମିତି ରଖିଲ ଘୋଡେ଼ଇ

ତେଣୁ ପାପ ପଛେ ଗଲି ମୁଁ ଗୋଡେଇ 

ମିଛ କୁ କରିଲି ଓଠ ର ଗହଣା

ତେଣୁ ଜୀବନରେ ହେଲି ମୁଁ ବାଟ ବଣା

ଜାଣି ମୁଁ ନଥିଲି ଶେଷ ପରିଣାମ

ରହିଥିଲି କାହିଁ ପାପ ର ଘରେ

ମୋ ପାଇଁ ନର୍କ ଦିଶୁଛି ପାଖରେ

ସ୍ଵର୍ଗ ସୁଖ ମୋର ଅନେକ ଦୂରରେ

ଜାଣିଛି ପଡ଼ିବି କାଳ ରେ ମୁହଁରେ

ତେଣୁ ଭାଗୀଦାର ହଜାର ପାପରେ

ମୋ ପରି ପାପି ଟେ ଏହି ଭିକ ମାଗେ

ଦେଇ ଦିଅ ଶୀଘ୍ର ମରଣ ମୋର

ହେ ଈଶ୍ୱର ମୋତେ କ୍ଷମା କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy