STORYMIRROR

Tapan kumar Sahu

Tragedy

3  

Tapan kumar Sahu

Tragedy

ନାରୀ ଯଜ୍ଞ

ନାରୀ ଯଜ୍ଞ

1 min
202

ଇଚ୍ଛା ଅସରନ୍ତି ଅଛି ବୋଲି ତ 

ତୁମେ ଆଉ ମୁଁ ଆସକ୍ତ ll 

ଅଭିମାନ ଆଉ ଲୁହ 

ଚିରସ୍ରୋତା ନଈବଢି ପରି

ଦୂରଗାମୀ ଟ୍ରେନପଟ୍ରିରେ ବୋଝ l

ବର୍ଷାର ଇନ୍ଧନେ ଧୂଳିସାତ ଖରା 

ମପିଚୁପି ଚାଲେବାଟ 

ଟିକିଏ ମୌସୁମୀ ଗନ୍ଧ ପାଇ

ତେଜୀୟାନ ମାଟି  ଗଛ ଫୁଲ ଫଳ l

କ୍ଷଣିକର ଫୋଟକା ଭିତରେ ଜୀବନ 

ରୂପ ଲାଳସା ମାଧୁର୍ଯ୍ୟ ପରିସୀମାରେ 

ସ୍ୱପ୍ନ ଆଉ ବିବେକ 

କେବେ ବାଧା ଦେଇଛି !

ମାଆ ବି ଝିଅ ଥିଲା 

ଶାଶୁ ବି ମାଆ ଥିଲା 

ତେବେ ତୁମେ ଚିରନିଦ୍ରିତ 

ବର୍ଷାର ଗଜଲ ଶୁଣି ଶୁଣି ସାରା ଜୀବନ 

ଯଦିଓ ଏବେ ଅନେକ ଆନ୍ଦୋଳନ 

କପଡା ଚିରି ହାତରେ କାର୍ଡ ଧରି 

ବର୍ଷା ଠିକ ବର୍ଷି ଚାଲିଛି 

ତା ବାଟରେ ପରିବର୍ତ୍ତନ ସ୍ୱର ନେଇ 

ରେଡ଼ିଓଠୁ ମୋବାଇଲ ଭିତରେ ll 

ଏବେବି ସେହି ନିର୍ଲଜ ଅବସ୍ଥାରେ 

ଆକାଶ ବର୍ଷା  ମାଟିକୁ ନେଇ 

ମାଆ ଝିଅ ଭଉଣୀ କହି 

ମାଡ଼ ମଦ ଭିତରେ 

ନିଜ ପରିଚୟକୁ ନିଜେ 

ଆଧାର କାର୍ଡରେ 

ଅଣ୍ଡାଳି ହୁଏ 

ସୁପ୍ରିମକୋର୍ଟରୁ ହଜାତ ପର୍ଯ୍ୟନ୍ତ ।

ଜନ୍ମାନ୍ଧ ଧୃତରାଷ୍ଟ୍ରି ସମାଜ

ପବିତ୍ରତାର ଖରାକୁ ଢାଙ୍କିଦିଏ 

ଅନେକ ଦୁଃଶାସନ ଜନ୍ମ କରି ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy