STORYMIRROR

Tapan kumar Sahu

Fantasy

3  

Tapan kumar Sahu

Fantasy

ରଜନୀ

ରଜନୀ

1 min
254


ରଜନୀ ପ୍ରବେଶି ଚଉଦିଗ ସ୍ପର୍ଶୀ

ରମଣୀ ରବ ଚିନ୍ତିଲା

ରଟିଲା ଆନନ୍ଦେ ମହୀଧର ପ୍ରାଣୀ

ରସାଇ ଜୀବନ ଭାଳା ll

ରମଣୀ ରତନ ବାଳଇନ୍ଦୁ ଜାଣ

ଚିତ୍ତ ବିକାର ନାଶଇ

ରମ୍ୟ ମନୋହାରୀ ରଙ୍ଗେ ବିମ୍ବାଧରୀ

ଶୀତଳ ପରଶ ନେଇ ll

ରାମଣୀୟ କାନ୍ତି ସରସୀ ଲଭନ୍ତି

ସୁଧାକର କର ପାଇ

ସମୀରେ ଭାସୁଛି ଉତ୍ତାଳ ତରଙ୍ଗ

କୁମୁଦ କନକ ଧୋଇ ll

ରସନା ରସଭ ଭାସୁଅଛି ତହିଁ

କୋମଳାଙ୍ଗି ପୁଷ୍ପକେତୀ

ରଜତ ଦର୍ଶନ ଚନ୍ଦ୍ରିକା ମେଳିଛି

ପିୟୁଷ ପରମ ପ୍ରୀତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy