STORYMIRROR

Tapan kumar Sahu

Romance

4  

Tapan kumar Sahu

Romance

ପ୍ରେମ

ପ୍ରେମ

1 min
691

ଛାତିର ଯନ୍ତ୍ରଣା ଅସହ୍ୟ ହେଉଛି

ଆଖିରେ ତ ଲୁହ କାହିଁ 

ତୋହରି ପ୍ରେମରେ-ସିନ୍ଦୁର ସାଥିରେ

ପରିଚୟ ଲୋଡ଼ା ନାହିଁ ll

ନୁହେଁ ତୁ ମୋହର ଜାଣିଛି ସହର

ତଥାପି ବୁଝେନା ମନ

ଜୀବନ ସାରା ତୋ ପ୍ରେମକୁ ବଞ୍ଚେଇ

ଛାଡିଦେଲି ଏ ଜୀବନ ll

ବିଦାୟ ଦେଉଛି ଆଜିଲୋ ଚାନ୍ଦିନୀ

ଯାଉଅଛି ବହୁଦୂର

ଖୁସିରେ ରହିବୁ ସିନ୍ଦୁର ସାଥିରେ

ଛାତିକୁ କରି ପଥର ll

ମୁଠାଏ ଅବିର ସାଥିରେ ଆଣିବୁ

ପାହାନ୍ତି ସକାଳେ କାଲି

କ୍ଷମାକରିଦେବୁ ଜୀବନ ତୁ ମୋର

ଜୀବନୁ ଯାଉଛି ଚାଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance