ଦିନ ଚାଲି ଗଲା
ଦିନ ଚାଲି ଗଲା
ଦିନ ଚାଲି ଗଲା ବରଷ ବିତିଲା
ନାହିଁ ତୁମ ରୂପ ଦେଖା
ଏତେ ଦିନ ମୁହିଁ କେମିତି ରହିଛି
ବୁଝିଲ ନାହିଁ ମୋ ସଖା ।
ସ୍ମୃତି ଶିଳାପରେ ସଜାଇ ରଖିଛି
ତୁମ ସ୍ନେହ ପ୍ରୀତି ଯେତେ
ନବ ବର୍ଷ ଆସେ ଖୁସି ସବାରିରେ
ଆନନ୍ଦ ଲାଗେନା ମୋତେ ।
ମନର କଥାକୁ ଗୋପନ ରଖି ମୁଁ
ବାଢୁ ଥାଏ ଶାନ୍ତି ବାର୍ତ୍ତା
ହୃଦୟରେ ତୁମେ ପ୍ରାଣର ଈଶ୍ଵର
ତୁମେ ମୋର ହର୍ତ୍ତା କର୍ତ୍ତା ।
କିଛି ତ ଦରବ ମାଗୁଣି ରଖିନି
ମନ ଭୁଲାଇବା ପାଇଁ
ନୟନେ ଯେ ରୂପ ଦୃଶ୍ୟ ହେଉ ଥାଏ
ତୁମ ଛବି ଝଲସଇ ।
ନିଶି କୋଳେ ବସି ଲୋତକ ବରଷି
ଚାହିଁଛି ତୁମରି ରାହା
ପ୍ରେୟସୀ ପରାଣ ବୁଝ ପ୍ରାଣ ଧନ
ତୁମ ବିନା ନାହିଁ ସାହା ।

