STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଅଧା ଲେଖା

ଅଧା ଲେଖା

1 min
513

ଜୀବନ ଆକାଶେ ବେଳ ରତରତ

ସଞ୍ଜ ଆସେ ନଇଁ ନଇଁ

ମହା ନିଦ୍ରାର ବିଛଣା ସଜଡା

ହେଲେ ଲୋଭ ଛାଡୁ ନାହିଁ।


ନିଜେ ମୁଁ ଜଳୁଛି ଏ ସାରା ଜୀବନ

ବୁଝିନି ପୁଣ୍ୟ କି ପାପ

ତେଲ ସରିଲାଣି କେମିତି ଜାଳିବି

ଜୀବନର ମାଟି ଦୀପ !


ମାୟାର ରଙ୍ଗରେ ସମ୍ପର୍କ ସୁଅ

ମୋତେ ଠେଲି ନିଅଇ

ସମୁଦ୍ର ମଝିରେ ଏକାକୀ ନାଆ ମୋ

କୁଳ ମୋତେ ଦିଶୁନାହିଁ।


ଟଳ ମଳ ଡଙ୍ଗା ବିପନ୍ନ ଜୀବନ

ସମାଧି ନେବ ଏଇଠି

କୁଳ ସେପାଖେ ପ୍ରିୟ ପରିଜନ

ଆଉ କି ପାରିବି ଦେଖି ?


ସବୁ ଦେଲ ତୁମେ କହିଲ କର

କରିଲେ ହେଲି ମୁଁ ଦୋଷୀ

ଅଦୃଶ୍ୟରେ ରହି କି ନାଟ ଲଗାଉ

ବଇକୁଣ୍ଠ ପୁର ନିବାସି।


ଯେତେ ରଙ୍ଗ କାନଭାସେ ଦିଏ

ତଥାପି ଜୀବନ ଫିକା

ଆୟୁଷ ସରିଲା ଜୀବନ କବିତା

ରହିଗଲା ଅଧା ଲେଖା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy