Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Tragedy

4  

Mamatamanjari Das

Tragedy

ତୁମକୁ ମୁଁ କରୁଛି ସ୍ୱାଗତ

ତୁମକୁ ମୁଁ କରୁଛି ସ୍ୱାଗତ

1 min
498


ତୁମକୁ ମୁଁ କରୁଛି ସ୍ୱାଗତ....

ହେ ମୃତ୍ୟୁ ,

ତୁମକୁ ମୁଁ କରୁଛି ସ୍ୱାଗତ

ତୁମେ ସତ୍ୟ ତୁମେ ତ ଶାଶ୍ୱତ

ତୁମର ସେ ଶୀତଳ ସ୍ପର୍ଶରେ

ଥରେ ମୋତେ କର ଆଲିଙ୍ଗନ

ଲୋଡାନାହିଁ ମୋର ଆଉ ଏ ମୋହ ମାୟା

ସଂସାର ବନ୍ଧନ ,

ମୁଁ ଏବେ ନିର୍ଭୀକ ମୋର ଏବେ ନାହିଁ ଆଉ

ଆତଙ୍କିତ ମନ ।

ସଂସାରର ମୋହ ମାୟା ଫାଶ

ମୋତେ ଆଉ କରୁନି ବିବଶ

ମୋ ଉତ୍ତର ବୟସେ

ଏବେ ମୁଁ ସଂମ୍ପୂର୍ଣ୍ଣ ନିଃଶ୍ୱ

ବଞ୍ଚିବାଟା ହେଉଛି ଅସହ୍ୟ

ଯାହା ପାଇଁ ନିତି ଲଢୁଥିଲି ତୁମସହ

ମୋ ପାଇଁ ଆଜି ସେ ଅଦୃଶ୍ୟ ।

ତେଣୁ ହେ ମୃତ୍ୟୁ ,

ହସି ହସି ତୁମକୁ ମୁଁ କରୁଛି ସ୍ୱାଗତ

ଥରୁଟିଏ ତୁମର ସେ ଶୀତଳ ବାହୁ ବନ୍ଧନରେ

ମୋତେ କର କୋଳାଗ୍ରତ

ତୁମକୁ ମୁଁ କରୁଛି ସ୍ୱାଗତ.....।।



Rate this content
Log in

Similar oriya poem from Tragedy