STORYMIRROR

Tilottama Prusty

Tragedy

4  

Tilottama Prusty

Tragedy

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
540

ଯାହା ଆଜି ଯାଏଁ କରି ମୁଁ ଆସୁଛି

         ପିଲାଙ୍କ ମଙ୍ଗଳ ପାଇଁ

ସେ ସବୁ କୁଆଡେ ମା' ର କର୍ତ୍ତବ୍ୟ

          କରୁଛି କରବି ମୁହିଁ।

ଆଜି ମୋ ମାତୃତ୍ଵ ବିଳାପ କରୁଛି

            ମନର କବାଟ ଦେଇ

କହିଲେ ତ କୂଳ କୁଟୁମ୍ବ କୁ ଲାଜ

           ହସିବେ ପଡିଶା ଭାଇ।

କହି ହେଉନି କି ସହିଯେ ହେଉନି

           କେଉଁ ଜନମର ଫଳ

ଭିତରେ ଭିତରେ କୁହୁଳି ମରୁଛି

            ଜୀବନ ହେଲା ବିଫଳ।

କେତେ ଓଷା ବ୍ରତ୍ତ କରି ଥିଲି ମୁଁହି

            ପୁଅଟିଏ ହେବା ଲାଗି

ସବୁ ଖୁସି କି ;ମୁଁ ଜଳାଞ୍ଜଳି ଦେଲି

            ତାଙ୍କ ପାଖେ ଜଗିଜ‍ଗି ।

ଶିକ୍ଷା ଦିକ୍ଷା ଦେଲି ପୁଅ ବଡ କଲି

         ବାହା ଯେ କରାଇ ଦେଲି

 ତାଙ୍କ ପାଇଁ ଆଜି ପର ହେବି ବୋଲି

             ମନରେ ଭାବି ନଥିଲି ।

ଯାହା କରିଥିଲି ମା' ର କର୍ତ୍ତବ୍ୟ

             ପିଲାଙ୍କ କର୍ତ୍ତବ୍ୟ ନାହିଁ

ଆଜିର ସମାଜେ ଏଇଆ ଚାଲିଛି

             କିଏ ନୁହେଁ କାହା ପାଇଁ।

ବୁଢ଼ା ବୁଢ଼ୀ ଦିନେ ରାନ୍ଧିଲେ ଖାଉଛୁ

             ନିଜର ହୋଇଲା ପର

କାହାକୁ ଏଠାରେ ନିଜର ମଣିବୁ

              ମିଛଯେ ଅଟେ ସଂସାର।

ନବେ ପ୍ରତିଶତ ବୃଦ୍ଧ ବୃଦ୍ଧା ଏବେ

               ଏକାକି କାଟନ୍ତି ଦିନ

କାହା ପୁଅ ବୋହୁ ବାହାରେ ରୁହନ୍ତି

              କିଏ ପାଖେ ଥାଇ ଭିନ୍ନ।

ମିଛ ମାୟା ଏହି ସଂସାରରେ ସବୁ

              କର୍ତ୍ତବ୍ୟକୁ ଭୁଲିଗଲେ

ପକ୍ଷୀ ଛୁଆ ପରି ଡେଣା ଝାଡିଦେଇ

              ଆକାଶକୁ ଉଠିଗଲେ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy