ନାସ୍ତିକ
ନାସ୍ତିକ
ଆମେ ଅଛୁ ବୋଲି
ତୁମେ ଅଛ ।
ତୁମକୁ କଳ୍ପନାରେ
ମୁଁ ଆଙ୍କିଦେଛି ।
ତୁମେ ଈଶ୍ବର ମୁଁ ନଶ୍ବର
ତୁମେ ପରମେଶ୍ବର
ମୁଁ ଗଢି ନାମ ଦେଇଛି ତୁମର।
ଗଢିବାରେ ତିଳେ ତୃଟି ନାହିଁ ମୋର ।
ସଜେଇ କଳେବର ନା ଦେଇଛି ଈଶ୍ବର।
ସର୍ବେଶ୍ଵର ଜଗଦ୍ଦୀଶ୍ବର
ତୁମେ ଗଢିଥିବା ମଣିଷ
କେତେ ଶଠ ଅସୁନ୍ଦର ।
ଅନ୍ତରେ ଜହର କଳା-ଗୋରା
ଭେଦାଭାବ।
ଜାତିଭେଦ କୁସଂସ୍କାରରେ
ସଂସ୍କୃତି ଦିଶେ କେତେ ଅସୁନ୍ଦର।
ଧର୍ମାନ୍ଧତାରେ ଅନ୍ଯକୁ କରେ ଶିକାର ।
ମୋ ଗଢିବାରେ ନାହିଁ ଯେବେ ଉଚ୍ଚନୀଚ।
ତୁମ ଗଠନରେ ସମାଜ ଏତେ ବିବଣ୍ଣ।
କିଏ କହେ ସେ ସବର୍ଣ୍ଣ ।
ଆଉ ଯେତେ ଅସବର୍ଣ୍ଣ।
ମୋ ଗଢିଥିବା ମୂର୍ତ୍ତିର ନାହିଁ ପରାଭିନ୍ନ ।
ତୁମେ ଗଢିଥିବା ମଣିଷ ଦେଖ କେତେ ନିଉନ।
ତେଣୁ ମୁଁ ଆସ୍ତିକରୁ ନାସ୍ତିକ
ହେଇଗଲି ।
ତୁମକୁ ଗଢି ମହା ଭୁଲ କରି ଅନୁ ତାପ କଲି ।
ତୁମକୁ ଜୀବନ୍ୟାସ ଦେଲି।
ତୁମକୁ ଈଶ୍ବର ରୂପେ ଚିହ୍ନାଇଲି ।
କିନ୍ତୁ ତୁମ ବିଚାରରେ ପକ୍ଷପାତ ଦେଖି ମୁଁ ଆସ୍ତିକରୁ
ନାସ୍ତିକ ହେଇଗଲି ।
ସମସ୍ତଙ୍କୁ କହିଲି-ଅହଂ ବ୍ରହ୍ମାସ୍ମି ।