STORYMIRROR

Prabhati Mahapatra

Tragedy Others

4  

Prabhati Mahapatra

Tragedy Others

ଦର୍ଶନ ଲାଳସା

ଦର୍ଶନ ଲାଳସା

1 min
557


ମା' ତୁମେ ଦେଖା ଦେବ କି (ଘୋଷା)

ଅଭିମାନେ ତୁମେ ଦୁଆର ପକାଅ

ଦେଖ ଧରା ଗଲା ନିଆଁ ଚୁଲିକି 

ମା' ତୁମେ 

କଳି କାଳ ପତି କାଳିଆ ଠାକୁର

ଭକତ ପୀରତି ରଙ୍କା

ମଥାରେ ବସାଇ ଭାତୃ ଆଜ୍ଞା ପାଦ

ଚାଲୁଛନ୍ତି ପରା ବଙ୍କା

ତପିଙ୍କ ଭାବରେ ବିହ୍ଵଳିତ ହୋଇ

ଚାଲି ଗଲେ ତୁମେ ଫାଙ୍କି ଦେଇ କି

ମା' ତୁମେ !

ଷାଠିଏ ପଉଟି ସରଧାରେ ରାନ୍ଧି

ଭୁଞ୍ଜାଇ କରାଅ ଖୁସି

ଜଗତ ନାଥଙ୍କ ନିଘା ନାହିଁ ଥରେ

ସଂସାରଟା ଯାଉ ଭାସି

ସିଂହ ଦୁଆରରେ ଜଗୁଆଳୀ ରଖି

ଶୟନ କରିଲେ ହରି ବୋଲି କି

ମା' ତୁମେ !

ଉତ୍କଳମଣି ସେ ଗୀତା ପାଠ କଲେ

ଅର୍ଜୁନ ଅଧର୍ଯ୍ୟ ବେଳେ

ଚତୁର୍ଦ୍ଧା ମୂରତି ଦୃଶ୍ୟ ଦେଖାଇଲେ

ମୋହ ଛାୟା ଦେଇ ଡୋଳେ

କରୁଣା ସାଗର ବନ୍ଧୁ ବୋଲାଇଲେ

ଆର୍ତ୍ତିଙ୍କୁ ଦେଖନ୍ତି ଦୂରେ ରହି କି

ମା' ତୁମେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy