ଲୋଭନୀୟ
ଲୋଭନୀୟ
ପ୍ରିୟ ସଖା
ତୁମ ପାଇଁ ଲେଖୁଛି ଏ ଚିଠି
ସାଦରେ ଆଦରେ ପଢ଼ିବ ନିଶ୍ଚେଟି।
ରାତି ପାହେ
ସକାଳ ଆସେ
ମୋ ପାଇଁ ଆଣେନା ଚଞ୍ଚଳତା
ଦିନ ନଇଁ ସଂଜ ଆସେ
ମୁଁ କିନ୍ତୁ ପ୍ରସ୍ତୁତ ହୁଏନି କାଲିପାଇଁ।
ରାତି ଆସେ
ତାତି ଓ ଭୟ ନେଇ
ମୋ ଭିତରେ ନ ଥାଏ ବ୍ୟଗ୍ରତା
ସମୟ ଏମିତି ସରୁଥାଏ
ମୋ ଆଖି ଆଗରେ
ଗୋଟେ ଗୋଟେ ବୟସ ହୋଇ।
ସଖା
ଆତ୍ମା ମୋର କାଇଁ !
ଶରୀରଟି ଜଳୁଛି ଦିବା ରାତି
ସ୍ୱପ୍ନ ମାନେ ଆତ୍ମହତ୍ୟା କରିଛନ୍ତି
ଓହଳି ନିରାଶା ଗଛରେ।
ତୁମେ ପରା
କରି କରାଉଥାଅ ସବୁ !
ଏତେ ଦୁଃଖ
ମୋତେ କିଆଁ ଦେବୁ!
ଶୁଣ୍ କହିବି ଗୋଟେ କଥା
କାହାକୁ କହିବନି
ଯେତେ ଦୁଃଖ କଷ୍ଟ ପଡିଲେ ବି
ଏ ଜୀବନ
ଏତେ ଲୋଭନୀୟ କାହିଁକି ?
ଇତି
ତୁମର ସବୁବେଳେ ମୁଁ।