STORYMIRROR

Samita Swain

Tragedy Others

4  

Samita Swain

Tragedy Others

ବିବଶ ଜୀବନ

ବିବଶ ଜୀବନ

1 min
566

ସ୍ବପ୍ନ ଆଣେ ସମ୍ଭାବନା ସୁଦୂରପ୍ରସାରୀ

ପ୍ରେମରେ ପରମ ତୃପ୍ତି ସଂସାରେ ସଂସାରୀ

ଶାନ୍ତି ସେ'ତ ସମାହିତ ସନ୍ଯାସରେ ସ୍ଥିତ

କ୍ଷଣିକେ ବିବଶ ଜୀବ ହୁଏ ପରାହତ ।


ମଧ୍ଯବିତ୍ତ ଶ୍ରେଣୀ ପାଇଁ ଅର୍ଥ ହିଁ ବାଧକ

ଦୁଃଖ କୁ ସେ ମାପୁଥାନ୍ତି ଜୀବନଟା ଯାକ

ହାତ ବଢାଇଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଏ

କରମ କଷଣ ଦେଇ କାଳ କଷୁଥାଏ ।


ଆଧୁନିକ ଚାକଚକ୍ଯ ଚିରଶତ୍ରୁ ହୁଏ 

ନାଲି ପାଣି ନିଶା ପୁଣି ଘାଇଲା କରାଏ

ମାୟାର ଜାଲରେ ଛନ୍ଦା ମନ ବନ୍ଧା ହୁଏ

ଚୋରୀନାରୀ କୁକାର୍ଯ୍ୟରେ ଆସକ୍ତି ବଢାଏ ।


ରାତାରାତି କୋଟିପତି ହେବାର ନିଶାରେ

କଳୁଷିତ ଭାବନାକୁ ଜଗାଇ ଅନ୍ତରେ

ଭ୍ରମରେ ଭ୍ରମଇ କେତେ ରଙ୍ଗ ବଦଳାଇ 

ବିଶ୍ବାସ ରେ ବିଷଭରି ଆସ୍ଥାକୁ ହରାଇ ।


ହଜିଯାଏ ସ୍ବପ୍ନ ସବୁ ଆଶା ସମ୍ଭବନା

ପ୍ରେମମାରେ ପଇଁତରା କୁହେ ସେ ଛୁଅଁନା

ଶାନ୍ତି ହୁଏ ଅଶାନ୍ତିର ସୀମାହିନ ସ୍ବର

ଶେଷରେ ଜୀବନ ଜିଏଁ ଜୀଅନ୍ତା ଶବର ।


Rate this content
Log in

Similar oriya poem from Tragedy