STORYMIRROR

Satyabati Swain

Tragedy

4  

Satyabati Swain

Tragedy

ବଡ଼ ବଡୁଆ ହୋ

ବଡ଼ ବଡୁଆ ହୋ

1 min
354

ବଡ଼ ବଡୁଆହୋ

ତୁମେ ଆସନାହିଁ ଆଉ; 

ଶରଧା ଭକତି ନାହିଁ କା ଅନ୍ତରେ 

ଅନ୍ଧାର କିଟିମିଟି ଏଇ ପୃଥିବୀରେ,

ଗଙ୍ଗା ,ଗୟା ଦୂଷିତ ଗଲେଣି ହୋଇ;

କେମିତି ପାରିବ କୁହ ବାଇଶି ପାହାଚ ଛୁଉଁ!!


ଲୁହର ପଖାଳ ଏଠି

ଯିବ ତୁମେ ଭାସି

ଧର୍ଷଣ ବଳତ୍କାର ରେ 

ହେବ ଅଣନିଃଶ୍ଵାସୀ

ଭୟ ତମ୍ବୁ ତଳେ

ରାବଣ ଦେହ ଖେଳ ଖେଳେ

ଆସ ନାହିଁ ହେ ପିତୃ ପୁରୁଷ

ତୁମେ ରହିଥାଅ ହୋଇ ସ୍ୱର୍ଗବାସୀ।


ପୃଥିବୀ କାନ୍ଦୁଛି

ପୃଥିବୀ କନ୍ୟା ବି କାନ୍ଦୁଛି

ତୁମେ ପାରିବ କି ଦେଖି

ତୁମରି ଉତ୍ତରର୍ଶ୍ୱରୀ

କେମିତି ଖେଳୁଛି ହୋଲି

ଦେହ ଓ ରକ୍ତରେ 

ଜୀବନ ଯୌବନ ଦେଇଛି ଧ୍ୱଂସି।


ବଡ଼ ବଡୁଆ ହୋ

ଏଠି ଖାଲି ବହଳ ଅନ୍ଧାର

ଆଲୁଅ ବିହୀନ ତୁମରି ସଂସାର

କେମିତି ଯିବ ତୁମେ

କିଏ ଦେଖାଇବ ଆଲୁଅ ଧାର

ଭାରି ଆତଙ୍କିତ ଆମେ

ସଂକ୍ରମିତ ଲୋଭେ ,କାମେ,ଗର୍ବେ 

ତୁମ ସବୁଜ ପୃଥୀବିବାସୀ

କେହି ପାରନ୍ତି ନାହିଁ ଏଠି ହସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy