Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Tragedy Thriller

4  

Kabiratna Nutan Kumar Behera

Tragedy Thriller

ଭିଟାମାଟି ଆଖି ଲୁହ

ଭିଟାମାଟି ଆଖି ଲୁହ

1 min
315



କାନ୍ଦେ ଆଜି ଭିଟାମାଟି

   ସ୍ମୃତି ତାର ଗୋଟି ଗୋଟି,

       ଏକାଠି ନେଲେ ସାଉଁଟି

          ହୃଦୟଟା ଯାଏ ଫାଟି।

ଜରାଜୀର୍ଣ୍ଣ ଇତିହାସ

   ନୀରବେ ଅଛି ବିବଶ,

       ଅତୀତର ଅବଶେଷ

         ସବୁ ତ ହୋଇଛି ଧ୍ଵଂସ ।

ଜନନୀ ଜନମଭୂଇଁ

   ଯା' କୋଳେ ବଢିଛି ମୁହିଁ,

     ଭାବୁଛି ଖାଲି ତା' ପାଇଁ

          କିଛି କରି ପାରୁ ନାହିଁ।

ବଦଳି ଜୀବନ ଗତି

   ଯାଇଛି ସମୟ ବିତି,

       ଜୀବିକା ଧାରଣେ ନିତି

          ଖୋଜି ଚାଲିଛି ପ୍ରଗତି।

କ୍ରମ ବିକାଶେ ପାଗଳ

    ବୃଦ୍ଧ ବୃଦ୍ଧା ସାଥେ ବାଳ,

       କର୍ମରେ ଚଳ ଚଞ୍ଚଳ

        ଆଶାରେ ସବୁ ବ୍ୟାକୁଳ।

ଆଧୁନିକତା ମହକେ

   ସହରୀ ସଭ୍ୟତା ଡାକେ,

      ଭୁଲି ଭିଟାମାଟି ଲୋକେ

        ଛାଡିଯାନ୍ତି ଏକେ ଏକେ।

ଗାଆଁ ମାଆ ଭିଟାମାଟି

  ଆସନ୍ତି ନାହିଁ ଲେଉଟି,

     ଅନାବନା ଗଛ ନଟି

      କୋଳେ ତା ପଡ଼ଇ ଲୋଟି।

ରୂପରଙ୍ଗ ପଡେ ଫିକା

   ନିର୍ଜନ ଲାଗେ ଇଲାକା,

     ବୁଢୀ ମାଆ ଘରେ ଏକା

        ଖାଏ ପର ହାତ ଟେକା।

ସମ୍ଭାଳି ନ ପାରି ଭୋକ

  ବିଦେଶେ ଯାଏ ଯୁବକ,

     ଧରି ସପନ ଟିକକ

       ଛାଡେ ଆପଣାର ଲୋକ।

ଆଖିରେ ତା' ଭରା ଲୁହ 

   ଛାତିରେ ଛାତିଏ କୋହ,

     ଟାଣେ ସଂସାରର ମୋହ

        ସହି ପାରେନା ଏ ଦେହ।

ଭିଟାମାଟି କଥା ଭୁଲି

 ଯେ ଯା' ବାଟେ ଯାନ୍ତି ଚାଲି,

     କହେନା କାହାକୁ ଖୋଲି

        ଦୁଃଖେ ଝୁରି ହୁଏ ଖାଲି।



Rate this content
Log in

Similar oriya poem from Tragedy