STORYMIRROR

sudhakar sethi

Tragedy

3  

sudhakar sethi

Tragedy

ଜନମ ଦିନରେ ପଦେ

ଜନମ ଦିନରେ ପଦେ

1 min
202

ଭାରି ଖୁସିଲାଗେ କିଏ ଯେବେ

ଦିଏ ଆଜିର ଦିନରେ ଆଶିଷ

ଜଗାଠାରେ ମୋର ଅଳି ସମସ୍ତଙ୍କ

ମନେ ଭରିଦେଉ ସେ ହସ।

      

କଣ୍ଟକିତ ଜୀବନ ପଥେ ଆସେ

ହସର ଦିନଟିଏ

ଘରଠାରୁ ବାହାରଯାଏ ଆଶିଷର

ସୁଅ ଛୁଟୁଥାଏ


ଜୀବନ ଯାତ୍ରାରୁ ପୁଣି ଗୋଟିଏ 

ବରଷ ଗଲାବିତି

କେତେ ଉତ୍ଥାନ ପତନ ଝଡଝଞ୍ଜାର

ଥିଲା ସେ ଦିବାରାତ୍ରି।


ବିତିଯାଏ ଦିନପରେ ଦିନ ସାଥେ

ନେଇ ସୁଖ ଦୁଃଖର ସମ୍ଭାର

ତେଆଳିଶ ବରଷରେ ପାଦଦେଇ

ଓଲଟାଏ ପୃଷ୍ଟା ଅତିତ ଦିନର।


କାଲିପରି ଲାଗେ ମୋର ପ୍ରିୟ

 ଅଭୁଲା ସେ ପିଲାଦିନ

ସପନରେ ଦିଶିଯାଏ ତାର

ଧୂଳିଧୂଷରିତ ଦେହମନ


ଯୁବାର ଉଦ୍ଦାମତା ନେଇ ସାଗର 

ଲଙ୍ଘିବାର ପାଗଳାମି

ପ୍ରେମ ପ୍ରତାରଣାର ନୂଆ ଦୁନିଆ

ମନେ ବହେ ସୁନାମି।


ଦିନସିନା ବିତିଯାଏ ବିଞ୍ଚି ଦିଏ

କେତେ ଯେ ରଂଗ

ଜନମଦିନେ ମନ ଖୋଜେ ପୁଣି

ସେହି ଅତିତର ସଙ୍ଗ


ଭାରି ସୁମଧୁର ପ୍ରୀତିଭରା ସେ

ଅତିତର ଅଭୁଲା ସ୍ମୃତି

ଆଜିର ଦିନରେ ମନେ ପଡିଲେ

ଭାବନାରେ ଯାଏ ବିତି।


ମା'ର ପରସ ବାପାଙ୍କର ସ୍ନେହ

ଭାଇ ଭଉଣୀଙ୍କ ସାହାସ

ସାଙ୍ଗ ସାଥିମାନଙ୍କ ଶୁଭାଶିଷରେ

ବିତୁ ଥିଲା ସାରା ଦିବସ ।


ଆଜି ସବୁ ଲାଗୁଛି ଫିକାଫିକା

ଦିଶେ ଅସଜଡା ଅସମତା

ନାହିଁ ସେ ସରାଗର ଚିହ୍ନବର୍ଣ୍ଣ 

ନାହିଁ ସେ ଆତ୍ମୀୟତା ।


ବୟସ ବଢିବା ସହ ଖୁସି 

ନେଇଛି କିଏ ଯେମିତି ଛଡାଇ

ସବୁ ଦିନର ହସ ଅଭିନୟ ଭଳି

ଆଜିବି ହସୁଛିବି ଦାନ୍ତ ଦେଖାଇ।


ସମସ୍ତ ଶୁଭେଚ୍ଛୁ ମାନଙ୍କର

ଶୁଭକାମନା ସହ

ଆପଣଙ୍କ ଗୁଣମୁଗ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy