Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptipriyadarshini Behera

Tragedy Inspirational

4  

Diptipriyadarshini Behera

Tragedy Inspirational

କିଛି ଅକୁହା

କିଛି ଅକୁହା

1 min
188


ମୁଁ ସେଇ କଥା କହୁଛି

ଯେଉଁଠି ରାଧା

 କୃଷ୍ଣଙ୍କର ଆଧାର ଥିଲେ

ସମୟ କିଛି ବି ହେଉ

ଦୁହେଁ ସବୁଦିନ

ପାଖେ ପାଖେ ଥାଆନ୍ତି ।

ଆଉ ଆଜିର କଥା

ଯେଉଁଠି ସମ୍ପର୍କ

କେଇ ପଦ କଥାରେ 

କଟିଯାଉଛି ଡର ଲାଗେ

ମୋତେ ଭାରି

କିଛି ମନର ବ୍ୟକ୍ତରେ

କେହି କେବେ 

ଦୂରେଇ ନଯିବ ତ ?

ଭୟ ନୂଆ ସମ୍ପର୍କ ଗଢିବାର 

କିଛି କଥା କହିବାର

କେବଳ ଓଠ ସବୁ

ଚୁପଚାପ ହୋଇ ଶୁଣେ

ଯେତେ ସବୁ ଅଭିଯୋଗ 

ମୋତେ କହି ରୁଷେ,

ଡର ଲାଗେ

କାଳେ ସେ ରୁଷି ସବୁଦିନ

ପାଇଁ ଚୁପ ନହୋଇଯାଉ ।

ତଥାପି ଜୀବନ

କେଇ ପାଦ ଖସିବା

ଅନୁଭୂତିରେ କିଛି ତୋ

ଦେଖିସାରିଲିଣି

ସବୁ ଦିନେ ନା ଦିନେ 

ନିଜ ଅସଲ ରୂପ ଦେଖେଇବେ ।

ଖୁସି ଏତିକି କେବଳ 

ତୁମେ ମାନେ କେହି ନାହଁ ମୋ 

ଏ ଖୁସି ଦେଖିବାକୁ

ବାସ ସେତିକି ରେ ମୁଁ ମୋର

ବାକିତକ ଜୀବନ ଜିଇଁବାକୁ ଚାହୁଁଛି ।

ନିଜେ ହିଁ ନିଜର

ଖୁସି ହୋଇ ରହିବାକୁ ଚାହେଁ

ନା କାହାଠୁ ଆଶା ନା ଭରଷା 

ବାସ କେବଳ

ନିଜକୁ କେବଳ ନିଜକୁ

ଖୋଜିବାକୁ ବଞ୍ଚିବି ।

ଆଉ କାହା ପାଇଁ ନୁହଁ

କେବଳ ନିଜ ପାଇଁ ବଞ୍ଚିବି ।

ମୁଁ ସ୍ମୃତିକୁ ନେଇ ନୁହଁ

ନୂଆ ଅନୁଭୂତିରେ କୁ ନେଇ

ବଞ୍ଚିବା ବିଶ୍ୱାସ କରେ ।



Rate this content
Log in

Similar oriya poem from Tragedy