Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptipriyadarshini Behera

Abstract Classics

4  

Diptipriyadarshini Behera

Abstract Classics

ତୁମେ ଯିବା ପରେ

ତୁମେ ଯିବା ପରେ

1 min
225


ଆଜି ଆଉ

ଶ୍ରାବଣରେ ବର୍ଷା ଆସିଲେ

ଟୋପା ଟୋପା ଶବ୍ଦ ମୋତେ ଶୁଭେନି

କଳା ବାଦଲର ଗର୍ଜନ

ଖାଲି ଯାହା ବାଜୁଥାଏ କାନକୁ

ବଜ୍ରପାତର ଛାତି ଥରହରା ଶବ୍ଦ

ଚୁନା କରି ସ୍ବପ୍ନ ର ମହଲ

ଭାଙ୍ଗି ଦିଏ ଗଭୀର ନିଦକୁ ।


ଆଜି ଆଉ ନାହିଁ

ଏ ପବନରେ ଶୀତଳତା

ଯେଉଁଥିରେ ଭାସିଆସୁଥିଲା

ତୁମ ପ୍ରୀତି ପ୍ରଣୟ ର ଛୁଆଁ

ହଜିଯାଉଥିଲା ଦୁଇ ମନ

ଆନମନା ହେଉଥିଲା ନବ ଯୌବନ

ହୃଦୟରେ ଖେଳିଯାଉଥିଲା

ତୁମ ଚୁମ୍ବନରେ ଶିହରଣ ।


ଆଜି ଆଉ

ଇଚ୍ଛା ହୁଏନି ଚାହିଁବାକୁ

ନୀଳ ଆକାଶ କୁ

ମନକୁ ପାଏନି ଇନ୍ଦ୍ରଧନୁ ର ରଙ୍ଗ

ପୂର୍ଣ୍ଣମୀ ରାତିର ଶୀତଳ ଜ୍ୟୋତ୍ସ୍ନା ବି

ଛୁଇଁ ପାରେନି ମୋ ହୃଦୟ

ବୈଶାଖ ର ହୁଦହୁଦିଆ ଖରା

ଆଜି ଅଟ୍ଟହାସ୍ୟ କରି ପଚାରେ

ଏତେ ଖରାକୁ ହସିହସି

ଭିଜୁଥିଲୁ କେମିତି ?


ଆଜି ଆଉ ସତରେ

ଏସବୁ ପ୍ରଶ୍ନର ଉତ୍ତର ଖୋଜୁନି

ଏ ଯେମିତି

ବର୍ଷ ବର୍ଷ ର ଅତୀତ ଡ଼ାଏରୀରେ

ମୋ କବିତା ଲେଖାଗୁଡିକ

ଯାଇଛି ମୋ ପାଖେ ହଜି ।


Rate this content
Log in

Similar oriya poem from Abstract