STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଖରା ଛାଇ ଗୀତ

ଖରା ଛାଇ ଗୀତ

1 min
226


ଆକାଶକୁ ଲମ୍ବି ଯାଇଛି କା ହାତ

ଗାଉଛି କେ ଜୀବନର 

ଖରା ଛାଇ ଗୀତ

ଚରି ଯାଉଛି କୋଭିଡ଼ ଭୁତାଣୁ 

ଫୁସ୍ ଫୁସ୍ ଅନ୍ତନାଳୀ ସମେତ

ଭେଣ୍ଟିଲିଟର ,ଆଇ ସି ୟୁ,  ଅମ୍ଳଜାନ ସିଲିଣ୍ଡର

ଖୋଜୁଛି ମଣିଷ ଆୟୁଷ

ବଞ୍ଚିବାକୁ କରୁଛି ସଂଗ୍ରାମ ଅବିରତ।


ଦେଢ଼ ମାସ ଶିଶୁ ପୁତ୍ର ଅନାଥ

ଅଶିତିତମ ପାର ବୟସ୍କ ବାପାମା ଶୁଣନ୍ତି

କୋଡିଏ ବର୍ଷ ପୁଅ କରୋନାରେ ମୃତ

ପେଟ ଖୋଜେ ମୁଠେ ଭାତ

ମନ ଖୋଜେ ମନର ମଣିଷ

ଯିଏ ଅଚିହ୍ନା ମଶାଣୀରେ ଅଛୁଆଁ ଭାବେ

ହୋଇଛି ଭସ୍ମୀଭୂତ।


ନଈ ସେପାରି ପଠା ରେ

ଆଶାର ଫସଲ କ୍ଷେତେ

ନାଚେ ଚଡକ ପାଳଭୂତ

ସ୍ୱପ୍ନ ସବୁ ଲୋଚା କୋଚା

ଶ୍ରାବଣ ଯାଉଛି ଋଷି

ମଲା ଜହ୍ନ ଖୋଜୁଛି ରାତି ଅଧ

ଶୃଙ୍ଗାର ସଙ୍ଗୀତ।


ଗ୍ରୀଷମ ନାହିଁ  ଖରା ପ୍ରଜ୍ଵଳିତ

ଅକାଳେ ହୁଏ  ବଜ୍ର ପାତ

ସବୁ ଭୁଲ୍ ଭାଲ୍ ହୋଇଯାଏ 

ଜୀବନ ଗଣିତ

ଦି ଦିନ କୁଣିଆ

ଏ ସଂସାରେ ଆମେ ମିତ

କେହି କିଛି ନେଇ ନାହିଁ

ଆମେ ବି ନେବା ନାହିଁ

ଚାଲ ହୃଦୟରୁ ହୃଦୟକୁ 

ସେନେହେ ପ୍ରେମେ ଟିକେ ଛୁଇଁ ଯିବା ସଙ୍ଗାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy