STORYMIRROR

Prafulla Chandra Mishra

Tragedy Inspirational

4  

Prafulla Chandra Mishra

Tragedy Inspirational

ସ୍ଵାଧୀନତା ଦିବସ ଅନୁଚିନ୍ତା

ସ୍ଵାଧୀନତା ଦିବସ ଅନୁଚିନ୍ତା

1 min
213


ପୂଣ୍ୟ ତିଥି ର ପୂଣ୍ୟ ପ୍ରଭାତେ ଜଣାଉଛି ଅଭିବାଦନ

ସେହି ମହାନ୍ ଆତ୍ମା ପାଇଁ

ଅଚିରେ ଯାହାର ବଳୀଦାନ ଦାନେ ଜୀବନ

ସ୍ଵାଧୀନ ସୂରୁଯ ଉଇଁ ଆସିଥିଲା ଭାରତ ଦିଗ୍-ବଧୂ ଭାଲେ

ସେ ପୂଣ୍ୟ ସତୀର୍ଥ ନାୟକ ଙ୍କୁ ଦେଇ ସଭକ୍ତିର ଫୁଲ ତନ୍ଦନ ।।


ଏ ପୂଣ୍ୟ ପ୍ରଭାତେ ପ୍ରଣାମ କରୁଛି ମା,ମାଟି ମାତୃଭୂମି

ତ୍ରୀରଙ୍ଗା ପତାକା ତଳେ

ଗାଇ ଜୟ ଗୀତି ଜାତୀୟ ସଙ୍ଗୀତ ଉତ୍ତାଳେ

ମନେ ପକାଇ ମୁଁ ଅଶ୍ରୁ ଜଳରେ “ତର୍ପଣ

କରେ” ସେହି ବୀର ସହୀଦ ମାନଙ୍କୁ ଜଣାଇ ମୋ ଅଭିନନ୍ଦନ ।।


ନିନ୍ଦେ ଆଜି ମୁଁ ତୀକ୍ଷ୍ନ ସ୍ଵରରେ ଦଗାବାଜ୍ ବେଇମାନ

ଦୁର୍ନୀତି,ମୁନାଫା ଖୋର୍

ଚୋର,ତସ୍କର,ଅପମିଶ୍ରଣ କାରି

ନୀରିହ କ୍ରୋଧର ଅଗ୍ନି ରେ ଯାଉ ଜଳି

ଧ୍ଵଂସ ହୋଇଯାଉ ସହସା ଜୁଲୁମବାଜି, ତଥା ତୋଷାମଦିପଣ ।।


ଆଜି ୟେ ପବିତ୍ର ବାସରେ କହେ ମୁଁ ସାବଧାନ ସଇତାନ, 

ପୁଞ୍ଜିବାଦୀ ଯେତେ ଅଶୁଭ ର ବାର୍ତ୍ତା ବହ

ଅମଙ୍ଗଳ କାରି ତୁଟାଅ ତୁମର ମୋହ

ତୁମ ସନନ୍ଦରେ ସନ୍ତକ କରି ମୁଁ ଆଜି

ଲେଖୁଅଛି ଏହି ତୁମ ମୃତ୍ୟୁର ବାଣୀ, ହୋଇଯାଅ ସାବଧାନ ।।


ୟେ ଶୁଭ ବାସରେ ବନ୍ଦନା କରୁଛି ସୀମାନ୍ତ ସଇନିକ

ଯାହାର ହୃଦୟେ ଦେଶର ସୁରକ୍ଷା ମନ୍ତ୍ର

ଷ୍ଫୁରିତ ହେଉଛି ନିତ୍ୟ

ଯାହାର ଚକ୍ଷୁର ଦାବାନଳେ ଶତ୍ରୁ ବାରମ୍ବାର ପରାଜିତ

ବନ୍ଦେ ମୁଁ ସେହି ମହାନ ପୁରୁଷ ରଖେ ଯେ ଦେଶର ଟେକ

ରଖିଛି ଦେଶର ମାନ ।।


ସ୍ଵାଗତ କରୁଛି ପ୍ରଗତି ଶିବିରେ ଯେତେ ଛନ୍ତି ଗୁଣି, ଜ୍ଞାନୀ

ଦେଶ ଯଶ ହୀତେ ଜୀବନ ଉତ୍ସର୍ଗୀକୃତ

ୟେ ମନ୍ତ୍ର୍ରେ ଦିକ୍ଷିତ ଜନ ଜୀବନକୁ କରୁଅଛି ମୁଁ ସ୍ଵାଗତ 

ସେ ମହାନ ଆତ୍ମା ସକାଶେ ଉଡାଏ ଆଜି ମୁଁ ତ୍ରୀରଙ୍ଗା ନେତ

ସେ ମହା ମାନବ ଜୀବନ ଧନ୍ୟ ଧନ୍ୟ ।।


ସ୍ଵାଧୀନତା ଜନ୍ମ ଦିବସ ପ୍ରଭାତେ, ପ୍ରଣମେ ସ୍ଵାଧୀନ ଭାରତ 

ସ୍ଵାଗତ କରୁଛି ନୂଆ ଅଭିଯାନ

ପ୍ରଛିନ୍ନ ହେଉ ୟେ ନୂତନ ପ୍ରଗତି ପଥ

ସେ ପାଇଁ ଆଜି ମୋ ସମର୍ପିତ ଏହି ପ୍ରାଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy