STORYMIRROR

Pranati Panda

Tragedy

4  

Pranati Panda

Tragedy

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
257


ଅଞ୍ଜଳି ଭରିଲା ଟୋପା ଟୋପା ଲୁହେ

ସୁନେଲି ସପନେ ଭରିଲା ଭୟ ,

କାଳର କରାଳ ହୋଇଲା ନିଷ୍ଠୁର

ଧୀରେ ହଜିଗଲା ମୋ' ପରିଚୟ ।


ମରୁଦ୍ୟାନ ହେଲା ମୋହ ମରୀଚିକା

ଆଶାର ଦୀପାଳି ଶୂନ୍ୟ ହୋଇଲା ,

ଅଲେଖା ଶବ୍ଦର ବାସ୍ନା ଖୋଜୁ ଖୋଜୁ

ଲୁହ ତଳେ ସ୍ମୃତି ଉଙ୍କି ମାରିଲା ।


ପାଣ୍ଡୁଲିପି ଥିଲା ଲିଭା ଦୀପାଳୀର

ଭଗ୍ନ ବୀଣାର ସେ' ବେସୁରା ବାଣୀ ,

ଅତି ଗୋପନରେ ଲେଖା ହୋଇଥିଲା

ଭଗ୍ନ ହୃଦୟର ସିକ୍ତ କାହାଣୀ ।


ସବୁଜ ଶ୍ରଦ୍ଧାର ହାତ ଆଉଁସାରେ

ଛାତି ତଳ ଦୁଃଖ ଶଦ୍ଦ ସମ୍ଭାର ,

ଥରିଲା ଓଠର ଶେଷ ସ୍ପର୍ଶ ସ୍ମୃତି

ଉଙ୍କି ମାରୁଥିଲା ସେ ' ବାରମ୍ବାର ।


ହରେଇ ଦେଇଛି ସବୁ ଦିନ ପାଇଁ 

ଆମର ତ ସେଇ ପୁରୁଣା ଘରେ ,

ଏକଲା କାନ୍ଦୁଛି ଗୁମୁରି ଗୁମୁରି 

ନୀରବେ ନିଜର ଦୀର୍ଘ ଶ୍ୱାସରେ ।


ହୃଦୟ ଚିତ୍କାର ଡହଳ ବିକଳ

ପ୍ରତିଧ୍ୱନୀ ହୁଏ ଅନ୍ଧାର ଛୁଇଁ ,

ହଜାର ହଜାର ତାରାଙ୍କ ଭିତରେ

ଆଜି ବି' ଖୋଜୁଛି ମୋ 'ମାଆ' କାହିଁ ?


       


Rate this content
Log in

Similar oriya poem from Tragedy