ଅଭିନୟ
ଅଭିନୟ


ଜନମ ମରଣ ସଂସାର ନିୟମ
ନିତି ତାହା ଚାଲୁଥାଏ
ଜନମିଛି ଯିଏ କାଳର ଚକ୍ରରେ
ବାହୁଡିବ ଦିନେ ସିଏ ।
ଧନ ଜନ ତୁହି କିମ୍ପାଇଁ ସଞ୍ଚୁଛୁ
ଖାଳି ହାତେ ବାହୁଡିବୁ
ଧର୍ମ ଅରଜିଲେ ସରଗରେ ତୁହି
ସ୍ଥାନ ରହିବାକୁ ପାଇବୁ ।
ଖାଳିହାତେ ତୁହି ଆସିଛୁ ଯେବେ
ମୋହମାୟା କାହିଁ ବାନ୍ଧୁଛୁ
ଛଅ ଖଣ୍ଡ କାଠରେ ବୋହିନେବେ
ସଂସାର ନିୟମ ଜାଣିଛୁ ।
ମିଛ ମିୟାର ଏହି ସଂସାରରେ
ରାମନାମ ଏକା ସାର
ସତ୍ୟ ଆସେ ପୁଣି ଛଖଣ୍ଡ କାଠେ
କାଳର ଏହା କରାଳ ।
ମୃତ୍ୟୁ ଯେତେ କଠୋର ହେଲେ ବି
ଏହା ଯେ ଧ୍ରୃବ ସତ୍ୟ
ଆତ୍ମା ର ଶରୀର ପରିବର୍ତ୍ତନ
ଲାଗିଥାଏ ଏହା ନିତ୍ୟ ।
ମୋହମାୟା ଗ୍ରାସିତ ଏଇ ଦୁନିଆରେ
କେହିତ ନୁହନ୍ତି କାହାର
ଛ ଖଣ୍ଡ କାଠ ଦେଇ ତୋତେ
କରିଦେବେ ସାତପର ।
ହିଂସା ହତ୍ୟାକାଣ୍ଡ ମନୁଷ୍ୟ ଜୀବନେ
ରହିଥାଏ ଚିରଦିନ
ଷଠ୍ ବିକାର ପ୍ରତୀକକୁ ଘେନି
ଆସେ ନେଇ ଯମ ମରଣ ।
ଜନ୍ମିଛି ମନୁଷ୍ୟ ମର୍ତ୍ତ୍ୟ ମଣ୍ଡଳେ
ଶରୀର ଧାରଣ କରି
ବାହୁଡିବ ସିଏ ଛ ଖଣ୍ଡ କାଠେ
ଅଭିନୟ ତାର ସାରି ।