ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି
ବାସ୍ତବରେ ନହେଲେ ସ୍ୱପ୍ନରେ ଥରେ
ଆସିବ ତୁମେ ଫେରି
ତୁମ ବାଟ ରହିଛି ଆନାଇ
ତୁମର ଏ ବିରହି କବି।
ଜାଣେନାହି ମୁହିଁ ପ୍ରେମର ମାନେ
ବୁଝିବା କେମିତି ଆଜି
ତୁମ ବିନା ଆଜି ରାତି ପାହେନାହି
ସ୍ୱପ୍ନରେ ପ୍ରେମିକା ସାଜି ।
ହୃଦୟର ଏହି ସ୍ପନ୍ଦନରେ ତୁମ
ପ୍ରତିଶ୍ରୁତି ଉଙ୍କି ମାରେ
ବୁଝାଇବକି ପ୍ରେମର ମାନେ
ବିରହି ପ୍ରେମିକାକୁ ଥରେ ।
ତୁମରି ଚେହେରା ହୃଦୟରେ ମୋର
ପ୍ରତିଛବି ହୋଇ ସଜା
ପ୍ରତିଶ୍ରୁତି ଭରା ତୁମରି ବକ୍ତବ୍ୟୈ
ଦେହ ସାରା ମୋର ଭିଜା ।
ଭୁଲିବାକୁ ଯେତେ ଚାହିଲେବି
ଭୁଲିମୁ ପାରୁନି କାହି
ମନେ ପଡେ ସାଥି ତୁମ ଭରାପ୍ରିତି
କୋହ ଉଠେ ଏଇ ଛାତି ।
କାହାକୁ ତ କହି ପାରେନା ଆଜି
ତୁମ ସହ ବିତା ସ୍ମୃତି
କଲମେ ଆଜି ପ୍ରକାଶେ ବସି
ବିରହି ପ୍ରେମିକା ପ୍ରିତି ।