Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Meher

Abstract Tragedy

3  

Jayashree Meher

Abstract Tragedy

ଦୁନିଆର ରହସ୍ୟ

ଦୁନିଆର ରହସ୍ୟ

1 min
242



ବିଶ୍ୱାସରେ ହରି ମିଳେ ବୋଲି

ସଭିଏଁ କହନ୍ତି

କିନ୍ତୁ କିଏ କହିପାରେ ଏଇ ବିଶ୍ୱାସରେ

ଜୀବନ ବି ଚାଲିଯାଏ ।

ମଣିଷ ସମାଜକୁ ବିଶ୍ୱାସ କରିଥିଲା

ମାଆ ଟିଏ ଓ ତାର ଛୁଆ

ଚାଲିଗଲା ତାଙ୍କ ଜୀବନ

ଅକାରଣେ ।

ମଣିଷ ଦେଖେଇଥିଲା ବିଶ୍ୱାସ

ହେଲେ ସେଇ ବିଶ୍ୱାସଟି 

ଅବିଶ୍ୱାସରେ ହେଲା ପରିଣତ ।

ଚଉଦ ବର୍ଷର ଶିଶୁଟି ବିଶ୍ୱାସ କରିଥିଲା

ପୋଲିସ ଟିକୁ

ହେଲେ ସେହି ପୋଲିସ ତାକୁ

ସୁରକ୍ଷା ନକରି କଲା ଧର୍ଷଣ ।

ତାର ଦେଖିଥିବା ଟିକି ଦୁନିଆରେ

ଏତେ ଅବିଶ୍ୱାସୀ ମଣିଷକୁ 

କେମିତି ବା ବିଶ୍ୱାସ କରିବ ।

ପ୍ରତ୍ୟେକ କ୍ଷଣରେ ବଦଳୁଥିବା

ଏଇ ମଣିଷ ସମାଜକୁ କିଏ ବା ବୁଝିବ ।

କାହାକୁ ବିଶ୍ୱାସ କରିବ ସେହି ଶିଶୁଟି ସହ

ଦୁନିଆଁ ଦେଖିବା ଆଗରୁ ଆରପାରିକୁ

ଚାଲିଯାଇଥିବା ଶିଶୁଟି ।


Rate this content
Log in

Similar oriya poem from Abstract