ଅସୁରକ୍ଷିତ ନାରୀ
ଅସୁରକ୍ଷିତ ନାରୀ
ସେଦିନ ହଠାତ ବସି ଭାବିଲି
ଲେଖିବି ଦିଧାଡି କବିତା
ରୂପ ଦେବି ତାକୁ
ମୋରି ମାନସ ପଟରେ
ବୁଲୁଥିବା ପ୍ରତ୍ୟେକ ଚିତ୍ରକୁ ।
ଚିତ୍ର କୁ ରୂପ ଦେଉ ଦେଉ
ପହଞ୍ଚିଲି ଏକ ଅରଣ୍ୟାନୀ ମଧ୍ୟେ
ଯେଉଁଠି ଶୁଭେ ଆର୍ତ୍ତ ଚିତ୍କାର
ଧର୍ଷିତା ସେଇ ନିର୍ଭୟା
ଅସିଫା ର କ୍ରନ୍ଦନର ରୋଳ ।
ନୀରିହ ଶିଶୁ ଖେଳିବାକୁ ଯାଇ
ଆଉ ନଫେରେ
ସେହି ମାର ଆଖିର ଲୁହ
ଯିଏ ବାଟଚାହିଁ ବସିଥାଏ
ମୋ ଝିଅ ହସ୍ପିଟାଲରୁ
ଫେରିବ ବୋଲି ।
ଫେରେ ନାହିଁ ଆଉ ସେ
ଫେରେ ତାର ଅର୍ଧଦଗ୍ଧ ଦେହ ।
ସେଇ ମାର ଆକୁଳ ଚିତ୍କାର ଶୁଣି
କଳମ ମୋର ଆଜି ନିସ୍ତବ୍ଧ ।
ଲେଖିବାର ସତ ପ୍ରୟାସ ସତ୍ୱେ
ଦେଇ ପାରେନାହିଁ ଧର୍ଷିତା ମାନଙ୍କୁ
ତାଙ୍କ ଅଧିକାର ।
ଅସୁରକ୍ଷିତ ଭାବେ ବଞ୍ଚୁଛି ଆଜି ନାରୀ
ସମାଜ ଆଗରେ
ଖୋଜୁଛି ଟିକିଏ ସୁରକ୍ଷିତ ହୋଇ
ବଞ୍ଚିବା ପାଇଁ ।