Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jayashree Meher

Children Stories Romance

3  

Jayashree Meher

Children Stories Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
238



ମୁକ୍ତ ଆକାଶ ତଳେ ଜହ୍ନର ଜ୍ୟୋତ୍ସ୍ନାର କିରଣରେ

ବସି ଭାବୁଛି ଆଜି ତୁମରି କଥା 

ଅସୁମାରୀ ଆକାଶ କୋଳେ ଦେଇଥିବା ତୁମର

ପ୍ରତିଶ୍ରୁତି ଭରା ମନର ବ୍ୟଥା ।

କେଜାଣି କାହିଁକି ଆଜି ତୁମେ ମନେ ପଡିଯାଅ

ତୁମରି ପ୍ରେମ ମୋରି ସ୍ପନ୍ଦନରେ ଭରା

ଗ୍ରହ ତାରକା ମେଳର ଏଇ ଗହଳିରେ ବି ଆଜି

ଶୂନଶାନ ଲାଗେ ଏଇ ଆକାଶଟା ସାରା ।

ତୁମରି ପ୍ରତିଟି କଥାରେ ଅକୁହା ମନର ଆଶା

ବସା ବାନ୍ଧିଥିଲା ଏଇ ଆକାଶ ତଲେ

ହାତଧରି ଚାଲିବା ଦୁହେଁ ଏକାଠି ହୋଇ

ସିମାହୀନ ଏଇ ଆକାଶର କୋଳେ ।

ମନେ ପଡେ ଆଜି ତୁମର ସେଇ ପ୍ରତିଶ୍ରୁତି

ହୃଦୟର ଅନେକ ଅନୁଭୂତି

କଥା ଦେଇଥିବା ଜୀବନରେ ଚାଲିବା ଆମେ

ଏକାଠି ହୋଇ ଦିନରାତି ।

ଖୋଜୁଛି ଆଜି ସେହି

ଜହ୍ନର ଠିକଣା

ଯେଉଁଠି ଦେଇଥିଲ ତୁମେ କଥା

ରହିବାକୁ ଚିରଦିନ ସାଥି ହୋଇ ।


Rate this content
Log in