ଜନ୍ମଦିନ
ଜନ୍ମଦିନ
ସ୍ୱାଧିନ ଭାରତେ ସ୍ୱାଧିନତା ଦିନେ
ହୋଇଛ ତୁମେ ଜନମ
ବୀର ସୁରେନ୍ଦ୍ର ସାଏଙ୍କ ନାମକୁ
କରିଛ ତୁମେ ଧାରଣ ।
ପିତା ମାତାଙ୍କର ଗେଲ ବସରରେ
ହୋଇ ପ୍ରତି ପାଳିତ
ଅନେକ ପ୍ରତିଭାକୁ ଧାରଣ କରି
ହୋଇଛ ତୁମେ ଜାତ ।
କବି ଗାଳ୍ପିକ ନାଟ୍ୟକାର ସାଜି
ରଙ୍ଗଭୂମି କୁ ଚଢି
ସମାଜ ସେବାକୁ ଆପଣେଇଛ
ନିଜ ଗୋଡରେ ବଢି ।
ସ୍ୱାଧିନତା ସଂଗ୍ରାମୀ ବୀରମାନଙ୍କ
ନାମକୁ କରି ଗାୟନ
ପ୍ରତିଭାକୁ ତୁମ ବିକିରଣ କର
ହୁଅ ତୁମେ ଯଶବାନ ।
ପିତା ମାତାଙ୍କର ସ୍ୱପ୍ନକୁ ସାକାର
କରିବାକୁ ହୁଅ ଉଦ୍ୟମ
ଖୁସିରେ ରୁହ ଚିରଦିନ ତୁମେ
ରଖ ବାପାମାଙ୍କ ନାମ ।
ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ମୁଁ
ଦେଉଛି ତୁମକୁ ଜଣାଇ
ପୁଷ୍ପବୃଷ୍ଟି ହେଉ ତୁମ ଚଲାବାଟେ
ସଭିଙ୍କୁ ନିଅ ଆପଣେଇ ।