ପ୍ରେରଣା
ପ୍ରେରଣା
ମୁକ୍ତ ଆକାଶ ତଳେ ବସି
ଶୁଣୁଥିଲି ଭ୍ରମରର ଗୁଞ୍ଜନ
ଭାବୁଥିଲି କାହାକୁ ଦେବି
ଆଜି ମୋରି କବିତାରେ ଚିତ୍ର ।
ହଠାତ ମନେପଡିଗଲା
ଯାହାଙ୍କ ପ୍ରେରଣା ରେ
ଲେଖୁଛି ଆଜି କବିତା ।
ଦିନରାତି ଏକାକାର କରି ନଖାଇ
ମୋତେ ବଢିବାକୁ ଦେଇଛନ୍ତି
ଏଇ ଦୁନିଆ ଆଗରେ
ଛିଡା ହେବା ପାଇଁ ପ୍ରେରଣା ।
ସେହି ମୋର ପିତାମାତା
ଭାଇଭଉଣୀ ଓ
ଆତ୍ମିୟ ସ୍ୱଜନ ।
ସତ୍ ମାର୍ଗରେ
ପରିଚାଳିତ ହେବାପାଇଁ
ଦେଖାଉଥିବା ଗୁରୁଜନ ।
ପାଠକ ପାଠିକାଙ୍କ ବିନା
ମୋ ଲେଖା ଅସମ୍ଭବ
ମତାମତ ତାଙ୍କ ଉତ୍ସାହିତ କରେ
ଲେଖିବାକୁ ଆହୁରି ।
ତାଙ୍କ ପାଇଁ ଆଜି ମୋର
କବିତାର ଦି ଧାଡି
ଲେଖିବାକୁ ସାଉଟିଛି
ଶବ୍ବର ସମ୍ଭାର ।