ନୀରବ ଝଡ଼
ନୀରବ ଝଡ଼


ସେଦିନ ଆକାଶ କୋଳରେ ବସି
ଦେଖୁଥିଲି ସେହି ଜହ୍ନକୁ
ଯାହାର ତଳେ ବିତାଇଥିବା
ସ୍ମୃତି ଭାସି ଉଠୁଥିଲା
ମୋରି ଆଖି ସମ୍ମୁଖରେ ।
ହାତଠାରି ତୁମେ ଦେଖଉଥିଲ
ଆକାଶରେ ଖେଳି ଉଠୁଥିବା
ଅସଂଖ୍ୟ ତାରାକୁ ।
ଜୀବନର ଶେଷ ପର୍ଯ୍ୟନ୍ତ
ଏକାଠି ରହିବା ପାଇଁ
ଦେଖଉଥିଲ ତୁମେ
ଅନେକ ସ୍ୱପ୍ନ ।
ସେହି ଆକାଶ ତଳେ ଛୋଟିଆ
ଘରଟିଏ ତୋଳି ରହିବାକୁ
ଦେଇଥିଲ ତୁମେ ପ୍ରତିଶ୍ରୁତି ।
ଆଜି ତୁମେ ଚାଲିଯାଇଛ
ଦୂର ତାଳବଣର ସେପାରିର
କେଉ ଅଜଣା ଇଲାକାକୁ
ପ୍ରିୟା ପାଖକୁ ।
ତୁମରି ସେହି ପ୍ରତିଶ୍ରୁତି ଆଜି ମୋତେ
ଛଟପଟ କରି ମାରେ
କହି ହୁଏନି କାହାକୁ
ଏ ମନର ଗୋପନ ବ୍ୟଥା ।
ନୀରବରେ ମନ ଭିତରେ
ଉଠେ କେବଳ ଝଡ
ସେହି ଝଡ ଦେଇଯାଏ ପୁଣି
ଯନ୍ତ୍ରଣା ର କୋହ ।