ଶିକ୍ଷକ
ଶିକ୍ଷକ
ଗୁରୁଙ୍କ ଚରଣେ ଅର୍ପଣ କରୁଛି
ଭକ୍ତିର କୁସୁମାଞ୍ଜଳି
ଜ୍ଞାନର ଆଲୋକ ଢାଲିଦେଲ ତୁମେ
ଅନ୍ଧାରକୁ ଦୂରକରି ।
ଅଜ୍ଞାନକୁ ମୋର ଦୂର କରିବାକୁ
ତୁମେ ଦେଲ ଆଶିର୍ବାଦ
ଦେଖାଇଲ ତୁମେ ଆଲୋକର ପଥ
ଥିଲି ମୁହିଁ ଯେ ଅବୋଧ ।
ଗରଭ ଧାରିଣି ମାଆ ମୋର ଗୁରୁ
ପେଟରୁ ଦେଇଛି ଶିକ୍ଷା
ବାପାଙ୍କ ଆଦର୍ଶେ ଅନୁପ୍ରାଣିତ ମୁଁ
ବିପଦୁ କରନ୍ତି ରକ୍ଷା ।
ସୁଝି ପାରିବିନି ତାଙ୍କ ଋଣ କେବେ
ଚରଣେ କରେ ପ୍ରଣତି
ତାଙ୍କରି ଆଶିଷ ଲାଭକରି ଆଜି
ଜୀବନେ କରେ ଉନ୍ନତି ।
ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତରଯାଏଁ
ଗୁରୁଙ୍କ ଆଶିଷ ଲଭି
ପାଇଛି ତାଙ୍କଠୁ ଜ୍ଞାନର ଭଣ୍ଡାର
ହୋଇ ମୁହିଁ ଭାଗ୍ୟବତୀ ।
ଲେଖନି ଚାଳନା କରିବା ପାଇଁ ମୁଁ
ପାଇଛି ଗୁରୁଙ୍କଠୁ ଉତ୍ସାହ
ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସହଯୋଗ
କରିଛି ମୋତେ ଆଗ୍ରହ ।
ଚତୁର୍ଦିଗେ ପୁଣି ଅନେକଙ୍କଠାରୁ
ଶିକ୍ଷା ପାଇଛି ମୁହିଁ
ସଭିଙ୍କୁ ନିଜର ଗୁରୁ ମୁଁ ଭାବିଛି
ଶିଷ୍ୟଟିଏ ତାଙ୍କ ହୋଇ ।
ପବିତ୍ର ଏଇ ଗୁରୁ ଦିବସରେ
ନତମସ୍ତକ ହୋଇ
ଗୁରୁଙ୍କ ପଦ ପୟରେ ପ୍ରଣତି ଢାଲେ
ନତମସ୍ତକ ହୋଇ ।